CHARIDHAM

ଥାନାର ଜଣେ ମହିଳା ଏବଂ ୨ ସହାୟକ ସବ୍‌-ଇନସ୍ପେକ୍ଟର ଚୋରି କଲେ ମଦ, ହେଲେ ନିଲମ୍ବିତ

୩ ପୋଲିସ କର୍ମଚାରୀ ଏକାଠି ଚୋରି କଲେ ମଦ, ହେଲେ ନିଲମ୍ବିତ

ନୂଆଦିଲ୍ଲୀ: ବିହାରର ଏକ ଥାନାର ପୋଲିସ ଚୋର ସାଜିଛନ୍ତି। ଏଠାରେ ଜଣେ ମହିଳା ସବ୍‌-ଇନସ୍ପେକ୍ଟର ଏବଂ ଦୁଇ ସହାୟକ ସବ୍‌-ଇନସ୍ପେକ୍ଟର ମଦ ଚୋରି କରିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସକର୍ମୀଙ୍କୁ ନିଲମ୍ବିତ କରାଯାଇଛି।

ଏଥିସହ ଅନ୍ୟ ୩ଜଣ ପୋଲିସକର୍ମୀଙ୍କ ବିରୋଧରେ ଥାନାରେ ଏଫଆଇଆର ଦାଖଲ କରାଯାଇଛି। ଏହି ସମ୍ପୂର୍ଣ୍ଣ ଘଟଣା ଡାଟଣାର ପାଟଳିପୁତ୍ର ଥାନାର ଅଟେ। ଥାନା ଭିତରେ ରଖାଯାଇଥିବା ପୋଲିସ ପଦାଧିକାରୀ ଚୋରି କରୁଛନ୍ତି।

ସମ୍ପୂର୍ଣ୍ଣ ଘଟଣା ଥାନା ଭିତରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ପଟଣାର ଏସଏସପି ଅବକାଶ କୁମାର କହିଛନ୍ତି ଯେ, ପାଟଳିପୂତ୍ର ଥାନାର ମାଲଖାନାରୁ ମଦ ଚୋରି ମାମଲାରେ ତିନି ପୋଲିସକର୍ମୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।