ଓଡ଼ିଶା ଭାସ୍କର ବ୍ୟୁରୋ: ଯଦି ଆପଣ ଚେକ୍ ଜରିଆରେ ପେମେଣ୍ଟ୍ କରୁଛନ୍ତି ତେବେ ଆପଣଙ୍କୁ ଏବେ ଠାରୁ ଅଧିକ ସାବଧାନ ରହିବାକୁ ପଡ଼ିବ । ଆରବିଆଇ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ବ୍ୟାଙ୍କ୍ ସହ ଜଡ଼ିତ ଅନେକ ଗୁଡ଼ିଏ ନିୟମରେ ପରିବର୍ତ୍ତନ ଆଣିଛି । ଚେକ୍ ପେମେଣ୍ଟ୍ କଥା ଯଦି କହିବା ତେବେ ଆରବିଆଇ ପକ୍ଷରୁ ଏବେ ୨୪ ଘଣ୍ଟା ବ୍ଲକ୍ କ୍ଲିୟରିଂ ସୁବିଧା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନିଆଯାଇଛି । ଏହି ମାସରେ ନ୍ୟାସନାଲ୍ ଅଟୋମେଟେଡ୍ କ୍ଲିୟରାନ୍ସ ହାଉସ୍ ଅର୍ଥାତ୍ ଏନଏସିଏଚ୍ ୨୪ ଘଣ୍ଟା କାମ କରିବ ।
ସୂଚନା ଯେ, ଏବେ ଠାରୁ ଏନଏସିଏଚ୍ ସପ୍ତାହର ୭ଦିନ ଯାକ ଉପଲବ୍ଧ ରହିବ । ଏହାର ଫାଇଦା ସହିତ ସାବଧାନ ରହିବା ଆବଶ୍ୟକ । ଏବେ ଆପଣ ଚେକ୍ ପେମେଣ୍ଟ୍ କରିବାରେ ଏବଂ ଇମଏମଆଇ ଭରିବା ସମୟରେ ଆଲର୍ଟ ରହିବା ଆବଶ୍ୟକ । ନୂଆ ନିୟମ ଅନୁସାରେ, ଏବେ ବ୍ୟାଙ୍କ୍ ହଲିଡେ ସମୟରେ ମଧ୍ୟ ଚେକ୍ କ୍ଲିୟରାନ୍ସ ହୋଇପାରିବ । ଏଥିରେ ଆପଣଙ୍କ ଖାତାରେ ପ୍ରତି ଦିନ ମିନିମମ୍ ବାଲାନ୍ସ ରହିବା ନିହାତି ଆବଶ୍ୟକ ନଚେତ୍ ଚେକ୍ ବାଉନ୍ସ ହୋଇପାରେ । ଆଉ ଚେକ୍ ବାଉନ୍ସ ହେଲେ ଆପଣଙ୍କ ଉପରେ ପେନାଲ୍ଟି ପଡ଼ିପାରେ ।