fbpx

ପିଚ୍ ପ୍ରସ୍ତୁତିର ଅଜବ ତରିକା! ପାକିସ୍ତାନରେ ପିଚରୁ ବର୍ଷା ପାଣି ଶୁଖାଇବା ପାଇଁ ପଙ୍ଖା ବ୍ୟବହାର କରାଯାଉଛି

ନୂଆଦିଲ୍ଲୀ: ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ପିଚ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି । ପ୍ରଥମ ଟେଷ୍ଟରେ ବ୍ୟାଟିଂ ପାଇଁ ଉଚ୍ଚକୋଟୀର ପିଚ ପ୍ରସ୍ତୁତ କରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)ଦ୍ୱିତୀୟ ଟେଷ୍ଟ ପାଇଁ ପିଚ୍ ପ୍ରସ୍ତୁତ କରିବାକୁ ଏକ ଅଜବ ତରିକା ଆପଣାଇଛି । ରାୱଲପପିଣ୍ଡିରେ ପ୍ରବଳ ବର୍ଷା ପରେ ପିଚରେ ପାଣି ଭରିଯାଇ ଓଦା ହୋଇଯାଇଥିଲା । ଏହାପରେ ପିଚକୁ ଶୁଖାଇବା ପାଇଁ ପିସିବି ପଙ୍ଖାର ଉପଯୋଗ କରିଥିଲା । ଏହି ଖବର ଶୁଣିବାକୁ ଯେତିକି ହସ ଲାଗୁଛି ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ୟୁଜର୍ସଙ୍କ ପ୍ରତିକ୍ରିୟା ତା’ଠୁ ଅଧିକ ରୋଚକ କରିଦେଇଛି ।

ପାକିସ୍ତାନ କ୍ରିକେଟ ବୋର୍ଡ ଦ୍ୱାରା ପିଚକୁ ଏପରି ଭାବେ ପ୍ରସ୍ତୁତ କରାଯିବା ଫଟୋକୁ ଦେଖିବା ପରେ ଅନେକ କ୍ରିକେଟ ପ୍ରେମୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାସ୍ତବରେ ଏକ ପ୍ରତିଷ୍ଠିତ କ୍ରିକେଟ ସ୍ଥଳରେ ଏପରି ଟେକନିକର ପ୍ରୟୋଗ କରାଯିବା ସମସ୍ତଙ୍କୁ ଚକିତ କରିଦେବ । ପ୍ରଥମ ଟେଷ୍ଟର ଉଦଘାଟନ ଦିନ ବର୍ଷା ପରେ ମଧ୍ୟ ଏପରି ଟେକନିକର ଉପଯୋଗ କରାଯାଇଥିଲା । ପାକିସ୍ତାନ ମାଟିରେ ବାଂଲାଦେଶ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଜିତିବା ପରେ ଏବେ ଦ୍ୱିତୀୟ ମ୍ୟାଚକୁ ଜିତି ପାକିସ୍ତାନ ସିରିଜକୁ ବରାବର କରିବା ଲକ୍ଷ୍ୟରେ ରହିଛି । ଉକ୍ତ ମ୍ୟାଚରେ ପାକିସ୍ତାନକୁ ୧୦ ୱିକେଟରେ ଲଜ୍ଜାଜନକ ଭାବେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ତେବେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ପିଚକ ପ୍ରସ୍ତୁତିର ଏହି ଅଜବ ତରିକାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.