Breaking: ୨୭ରେ ବିପ୍ଳବ କରିବ କଂଗ୍ରେସ, ନିଲମ୍ବିତ ବିଧାୟକଙ୍କୁ ବାହାର କରିବାକୁ ମାର୍ଶଲ ଅର୍ଡର…

ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ ।

ବିଧାନସଭା ଅଚଳ ହେବା ବାବଦରେ ମତ ରଖିଲେ ଭକ୍ତ । ଆଲୋଚନା ପାଇଁ ଡାକିଲେ, କଥାବାର୍ତ୍ତା କଲେ କିନ୍ତୁ ସମାଧାନ କଲେନାହିଁ ।

ହାଉସ୍ କମିଟି ଗଠନ କରିଥିଲେ କ’ଣ ଅସୁବିଧା ହୋଇଥାନ୍ତା ବୋଲି ସରକାରଙ୍କୁ ଭକ୍ତ ଦାସ ପ୍ରଶ୍ନ କରିଛନ୍ତି । ହାଉସ କମିଟି ଗଠନ କରିଥିଲେ ଗୃହ ଭଲରେ ଚାଲିଥାନ୍ତା ।

୨୭ରେ ବିପ୍ଳବ ହେବ, ଆପଣମାନେ ନିଶ୍ଚୟ ଦେଖିବେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଭକ୍ତ ଦାସ ।

ବିଜେଡିକୁ ମଧ୍ୟ ଟାର୍ଗେଟ କଲେ ଭକ୍ତ । କହିଲେ, ବିଜେଡି ଦାବି କରିଥିଲେ ହାଉସ କମିଟି କରିବାକୁ ସରକାର ବାଧ୍ୟ ହୋଇଥାନ୍ତେ ।

ଅନ୍ୟପଟେ ବିଧାସଭାରୁ ନିଲମ୍ବିତ ବିଧାୟକଙ୍କୁ ବାହାର କରିବା ପାଇଁ ମାର୍ଶଲଙ୍କୁ ବାଚସ୍ପତିଙ୍କ ଅର୍ଡର । ଏଥିସହ ଗୃହକୁ ୨୦ ମିନିଟ ପାଇଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ ।

ବିଧାନସଭାରେ ଚାଲିଛି ଜୋରଦାର ଡ୍ରାମା ।