fbpx

ପେଞ୍ଚ ବ୍ୟାଘ୍ର ସଂରକ୍ଷଣ ଭାରତର ପ୍ରଥମ ‘ଡାର୍କ ସ୍କାଏ ପାର୍କ’ ଭାବେ ମାନ୍ୟାତା ପାଇଲା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ‘ପେଞ୍ଚ୍‌ ବ୍ୟାଘ୍ର ସଂରକ୍ଷଣ’କୁ (ପିଟିଆର୍‌) ଦେଶର ପ୍ରଥମ ତଥା ଏସିଆର ୫ମ ‘ଡାର୍କ ସ୍କାଏ ପାର୍କ’ର ମାନ୍ୟତା ମିଳିଛି । ‘ଡାର୍କ ସ୍କାଏ ପାର୍କ’ ହେଉଛି ଏଭଳି ଏକ ଅଞ୍ଚଳ ଯେଉଁଠି ରାତ୍ରିଚର ଜୀବଙ୍କୁ ସୁରକ୍ଷିତ ରଖିବା ପାଇଁ ପାର୍କର ଚତୁଃପାର୍ଶ୍ବରେ କୃତ୍ରିମ ଆଲୋକ ପ୍ରଦୂଷଣ ଉପରେ ରୋକ ଲଗାଯାଇଥାଏ ।

ସମ୍ପ୍ରତି ଏହି ରାଷ୍ଟ୍ରୀୟ ଉଦ୍ୟାନ୍ ଆଗ୍ରହୀ ବ୍ୟକ୍ତିମାନଙ୍କ ପାଇଁ ଆଦର୍ଶ ସ୍ଥାନ ହୋଇପାରିଛି । ଏହି ପରିପ୍ରେକ୍ଷୀରେ ‘ପିଟିଆର’ର ଉପନିର୍ଦ୍ଦେଶକ ପ୍ରଭୁ ଶୁକ୍ଳା କହିଛନ୍ତି ଯେ ରାତି ଆକାଶର ଗୁରୁତ୍ୱକୁ ପ୍ରାକୃତିକ, ସାଂସ୍କୃତିକ ଓ ଐତିହାସିକ ସମ୍ବଳ ବୋଲି କହି ପ୍ରକୃତି ସଂରକ୍ଷଣ, ସଂରକ୍ଷିତ ଅଂଚଳରେ ଜୈବପରିବେଶର ଅଖଣ୍ଡତା ଏବଂ ଜନସାଧାରଣଙ୍କ ହିତ ପାଇଁ ପ୍ରାକୃତିକ ଅନ୍ଧାରକୁ ଅକ୍ଷୁଣ ରଖାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱବ୍ୟାପି ଆଲୋକ ପ୍ରଦୂଷଣ ଏସବୁ ଅମୂଲ୍ୟ ସମ୍ପଦ ପ୍ରତି ବିପଦ ସୃଷ୍ଟି କରିପାରେ ।

Get real time updates directly on you device, subscribe now.