fbpx

ପଇସା ରୋଜଗାର କରିବାରେ ମାହିର ହୋଇଥାନ୍ତି ଏହି ତାରିଖରେ ଜନ୍ମିତ ବ୍ୟକ୍ତି, କ୍ୟାରିୟରରେ କରିଥାନ୍ତି ଉନ୍ନତି

ଓଡ଼ିଶା ଭାସ୍କର:ରାଶିଫଳ ଆମକୁ ଭାଗ୍ୟ ଓ ଭବିଷ୍ୟତ ସହ ଜଡିତ ବହୁ ଗୁରୁତ୍ୱପୂର୍ଣ୍ଣ କଥା କହିଥାଏ । ଆପଣ ଜାଣନ୍ତି କି ଅଙ୍କଶାସ୍ତ୍ର ଜରିଆରେ ବି ଆମେ ଆମ ଭାଗ୍ୟ ବିଷୟରେ ଜାଣିିପାରିବା ବୋଲି । ଏହି ଅଙ୍କଶାସ୍ତ୍ରରେ ୧ରୁ ୯ ପର୍ଯ୍ୟନ୍ତ ମୂଳାଙ୍କ ରହିଛି । ଏହି କ୍ରମରେ ଅଙ୍କଶାସ୍ତ୍ର ବିଶେଷଜ୍ଞ ମୂଳାଙ୍କ ୫ ଲୋକମାନଙ୍କର ଆର୍ଥିକ ଅବସ୍ଥା ଉପରେ କିଛି ବିଶେଷ କଥା ସେୟାର କରିଛନ୍ତି ।

ଅଙ୍କଶାସ୍ତ୍ର ଅନୁସାରେ ମୂଳାଙ୍କ ୫ର ବ୍ୟକ୍ତିବିଶେଷ ଧନ ରୋଜଗାର କରିବାରେ ବେଶ୍ ମାହିର । ଯେଉଁମାନଙ୍କର ଜନ୍ମ ୫, ୧୪ ,୨୩ ତାରିଖରେ ହୋଇଥାଏ ସେମାନଙ୍କ ମୂଳାଙ୍କ ୫ ହୋଇଥାଏ । ମୂଳାଙ୍କ ୫ର ସ୍ୱାମୀ ବୁଧଗ୍ରହ । ଅଙ୍କ ୫ ଏମାନଙ୍କ ଜୀବନରେ ସୌଭାଗ୍ୟ ଓ ସୁଖ ସମୃଦ୍ଧି ଆଣି ଆସିଥାଏ । ଏମାନଙ୍କ ଚିନ୍ତା କରିବାର କ୍ଷମତା ବି ବହୁତ ମଜଭୁତ ହୋଇଥାଏ ।
ଏମାନେ ନିଜର ତର୍କଶୀଳ ବୁଦ୍ଧି ଓ ସାହାସର ପ୍ରୟୋଗ କରି କ୍ୟାରିୟରରେ ବହୁତ ଉନ୍ନତି କରିଥାନ୍ତି । ଏମାନେ ବ୍ୟବସାୟରେ ବି ବହୁତ ନିପୁଣ ହୋଇଥାନ୍ତି । ଏମାନେ ବହୁତ କମ୍ ସମୟରେ ବ୍ୟବସାୟରେ ଭଲ ପଇସା ରୋଜଗାର କରିଥାନ୍ତି ।

ଏମାନେ ଧନ ସଞ୍ଚୟକୁ ନେଇ ବି ବହୁତ ସଜାଗ ରହିଥାନ୍ତି । ଏମାନେ ଖର୍ଚ୍ଚ ଅପେକ୍ଷା ସଞ୍ଚୟ ଉପରେ ଅଧିକ ଧ୍ୟାନ ଦେଇଥାନ୍ତି ।
ମୂଳାଙ୍କ ୫ର ଲୋକମାନେ ସ୍ୱଭାବରେ ବହୁତ ଲାଜକୁଳା ହୋଇଥାନ୍ତି । ଏମାନେ ନିଜ ମନ କଥା ଏତେ ସହଜରେ ପରିପ୍ରକାଶ କରିପାରନ୍ତି ନାହିଁ । ଏମାନଙ୍କ ପାଇଁ ଶୁଭ ରଙ୍ଗ ସବୁଜ, ମାଟିଆ, ଧଳା ହୋଇଥାଏ । ଏମାନେ ନିଜ ଘରର ସାଜସଜ୍ଜା, କପଡା ଓ କାନ୍ଥରେ ଏହିସବୁ ରଙ୍ଗର ଉପଯୋଗ କରିବା ଉଚିତ ।

Get real time updates directly on you device, subscribe now.