fbpx

ତ୍ରିକୋଣିୟ ପ୍ରେମରେ ଭୟଙ୍କର ପ୍ଲାନ୍; ଝିଅର ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କଲା ପ୍ରଥମ ପ୍ରେମିକ

ଭୁବନେଶ୍ୱର : ( ଓଡ଼ିଶା ଭାସ୍କର ) ତ୍ରିକୋଣିୟ ପ୍ରେମ ପାଇଁ ଅପହରଣ, ଦୁଇ ନାବାଳକ ଗିରଫ । ଝିଅର ଭାଇ ସହ ମିଶି ଦ୍ୱିତୀୟ ପ୍ରେମିକକୁ ଅପହରଣ କରିଥିଲେ ପ୍ରଥମ ପ୍ରେମିକ । ପାସପୋର୍ଟ ଅଫିସ ସାମ୍ନାରୁ କରିଥିଲେ ଅପହରଣ । ପୁରୀରୁ ଉଦ୍ଧାର ହେଲେ ଯୁବକ । ଦୁଇଟି ବାଇକରେ ବଳପୂର୍ବକ ବସାଇବା ସହ ଖଣ୍ଡା ଦେଖାଇ ରାଜା ସେଠୀଙ୍କୁ କରିଥିଲେ ଅପହରଣ।

ଦୁଇ ଜଣ ଅଭିଯୁକ୍ତ ଏବଂ ଦୁଇଜଣ ନାବାଳକଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ଝିଅର ଭାଇ ପ୍ରକାଶ ନାୟକ ଏବଂ ପ୍ରଥମ ପ୍ରେମିକ ପ୍ରେମିକ ଅଙ୍କିତ କଅଁର । ପ୍ରେମିକା ପ୍ରିୟାର ଅଭିଯୋଗ ଆଧାରରେ ତଦନ୍ତ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।

Get real time updates directly on you device, subscribe now.