fbpx

ଶିଶୁଙ୍କୁ ହେଉଛି Mumpsର ଭୟଙ୍କର ରୋଗ, ଜାଣନ୍ତୁ କ’ଣ ରହିଛି ଏହାର ଲକ୍ଷଣ

ନୂଆଦିଲ୍ଲୀ: କେରଳରେ ମମ୍ପସ୍ ଭାଇରାଲ୍ ସଂକ୍ରମଣରେ ରୋଗୀଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୨,୫୦୫ କୁ ବୃଦ୍ଧି ପାଇଛି। ମାତ୍ର ୨ ମାସ ମଧ୍ୟରେ କେରଳରେ ୧୧ ହଜାର ମମ୍ପସ୍ ଜୀବାଣୁ ସଂକ୍ରମଣ ହୋଇଥିବା ଜଣାଯାଇଛି। ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର କେରଳରେ ବଢୁଥିବା ମମ୍ପସ୍ ସଂକ୍ରମଣ ବିଷୟରେ ବିଶେଷ ନିର୍ଦ୍ଦେଶନାମା ଦେଇଛି। ଏଥିସହ ସ୍ୱାସ୍ଥ୍ୟ ବିଭାଗ ଏହି ରୋଗ ଉପରେ ନଜର ରଖିବା ଆରମ୍ଭ କରିଛି। ଆସନ୍ତୁ ଜାଣିବା ଏହାର ଲକ୍ଷଣ ଏବଂ ସଂକ୍ରମଣ ପରେ ପ୍ରଥମେ କଣ କରିବା।

ଓନଲି ମାଇଁ ହେଲଥ ଅନୁଯାୟୀ, ମମ୍ପସ୍ ହେଉଛି ଏକ ପ୍ରକାର ଭାଇରାଲ୍ ସଂକ୍ରମଣ। ଯେଉଁଥିରେ ଏହା ଗାଲର ଧାରରେ ଲାଳ ଧାରଣ କରିଥିବା ପାରୋଟିଡ ଗ୍ରନ୍ଥିକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ। ଏହି ସଂକ୍ରମଣ ହେତୁ ଗାଲ ଫୁଲିଯାଏ। ମମ୍ପସ୍ ସଂକ୍ରମଣ ମଧ୍ୟ ବେକରେ ପ୍ରବଳ ଯନ୍ତ୍ରଣା ଦେଇଥାଏ। ଏହା ଯେକୌଣସି ବୟସର ବ୍ୟକ୍ତିଙ୍କ ସହିତ ହୋଇପାରେ। କିନ୍ତୁ ପିଲାମାନେ ଏହା ପାଇଁ ଅଧିକ ଅସୁରକ୍ଷିତ ଅଟନ୍ତି।

+ ଯଶୋଦା ହସ୍ପିଟାଲ୍ ହାଇଦ୍ରାବାଦର ଲିଡ୍ କନ୍ସଲଟାଣ୍ଟ-ପେଡିଆଟ୍ରିକ୍ କ୍ରିଟିକାଲ କେୟାର ଆଣ୍ଡ ପେଡିଆଟ୍ରିକ୍ସ ଡକ୍ଟର ସୁରେଶ କୁମାର ପାନୁଗାନ୍ତିଙ୍କ ଅନୁଯାୟୀ ଏହା ସଂକ୍ରମିତ ବ୍ୟକ୍ତିଙ୍କ ସହ ସଂସ୍ପର୍ଶ ମାଧ୍ୟମରେ ବ୍ୟାପିଥାଏ।

Mumps ରୋଗର ଲକ୍ଷଣ:
-ଏହି ରୋଗର ଲକ୍ଷଣ ୨ରୁ ୩ ସପ୍ତାହରେ ଶରୀରରେ ଦେଖାଯାଉଛି ।
-ଗିଳିବାରେ କଷ୍ଟ ହେବା
-ମୁହଁ ଶୁଖିଯିବା
-ପ୍ରବଳ ଗଣ୍ଠି ଯନ୍ତ୍ରଣା ହେବା
-ଜ୍ୱର ହେବା
-ଜୋରରେ ମୁଣ୍ଡ ବିନ୍ଧିବା
-ମାଂସପେଶୀରେ ଯନ୍ତ୍ରଣା ହେବା
-ଖାଇବା ପାଇଁ ଇଛା ନ ହେବା
-ସର୍ବଦା ଥକାପଣ ଅନୁଭବ ହେବା
-ମାଢି ଫୁଲିଯାଇ ଯନ୍ତ୍ରଣା ହେବା

ନିରାକରଣ: ମମ୍ପକୁ ରୋକିବା ପାଇଁ ସବୁଠାରୁ ସହଜ ଉପାୟ ହେଉଛି ଟିକା। MMR ଟିକା ସାଧାରଣତଃ ପିଲାମାନଙ୍କୁ ଦୁଇଟି ମାତ୍ରାରେ ଦିଆଯାଏ। ପ୍ରଥମେ ୯ ମାସ ବୟସରେ ଏବଂ ଦ୍ୱିତୀୟରେ ୧୫ ମାସ ବୟସରେ ଏବଂ ୪-୬ ବର୍ଷ ବୟସରେ ବୁଷ୍ଟର ଡୋଜ। ଏହା ସହଜରେ ଉପଲବ୍ଧ ଏବଂ ସୁଲଭ ଅଟେ। ଏହି ଟିକା କେବଳ ମମ୍ପରୁ ନୁହେଁ ବରଂ ମିଳିମିଳା ଏବଂ ରୁବେଲା ଠାରୁ ମଧ୍ୟ ରକ୍ଷା କରିଥାଏ।

Get real time updates directly on you device, subscribe now.