fbpx

ବିଶ୍ୱ ପାଳିଲା ଯୋଗ ଦିବସ; ଏହି ଇସଲାମିକ ଦେଶରେ ଯୋଗ କରୁଥିବା ଲୋକଙ୍କୁ ଘଉଡ଼ାଇଲେ ଦୁର୍ବତ୍ତ, ରାଷ୍ଟ୍ରପତି ଦେଲେ ତଦନ୍ତ ନିର୍ଦ୍ଦେଶ

Advertisement

ନୁଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ଯୋଗ ଦିବସରେ ବିଶ୍ୱର ବିଭିନ୍ନ ଦେଶରେ ଲୋକେ ଯୋଗ କରୁଥିବାର ଦେଖିବାକୁ ମିଳିଛି। ତେବେ ଭାରତର ପଡୋଶୀ ତଥା ମିତ୍ରାରାଷ୍ଟ୍ର ମାଳଦ୍ୱିପରୁ କିଛି ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି। ରାଜଧାନୀ ମାଲେରେ ଏକ ଫୁଟବଲ ଷ୍ଟାଡିୟମରେ ଲୋକେ ଯୋଗ ଏବଂ ଧ୍ୟାନ କରୁଥିବା ସମୟରେ କିଛି ଲୋକେ ଅଚନାକ ଷ୍ଟାଡିୟମ ଭିତରକୁ ପସି ଅସି ହୋହାଲ୍ଲା କରିଥିଲେ। ଏବଂ ବିଭିନ୍ନ ଜିନିଷର ଭଙ୍ଗାରୁଜା କରିଥିଲେ।

ଏହି ପ୍ରଦର୍ଶନକାରୀ ଯୋଗ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ଥିଲେ ଏବଂ ଏହାର ବିରୋଧ କରୁଥିଲେ। ପ୍ରଦର୍ଶନକାରୀ ଯୋଗ କରୁଥିବା ଲୋକଙ୍କୁ ତୁରନ୍ତ ଷ୍ଟାଡିୟମକୁ ଖାଲି କରିବାକୁ କହିଥିଲେ। ଏହା ସହିତ ଏପରି ଅଭିଯୋଗ ମଧ୍ୟ ଆସିଛି ଯେ, ଭିଢ଼ରେ ଥିବା ଲୋକେ ସେମାନଙ୍କୁ ଧମକ ଚମକ କରିଥିଲେ। ତେବେ ଏବଳି ସ୍ଥିତିକୁ ସମ୍ଭାଳିବା ଲାଗି ତୁରନ୍ତ ପୋଲିସ ସେଟାକୁ ଆସିଥିଲା ଏବଂ ଲୁହବୁହା ଗ୍ୟଅସ ପ୍ରୟୋଗ କରି ପ୍ରଦର୍ଶନକାରୀଙ୍କୁ ଘଉଡାଇ ଦେଇଥିଲା।

ଏହି ଘଟଣା ପରେ ମାଳଦ୍ୱିପ ରାଷ୍ଟ୍ରପତି ଏହି ଘଟଣାର ତଦନ୍ତ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣଅକୁ ଗମ୍ଭିର ମାମଲା ଭାବେ ଗ୍ରହଣ କରିଯାଇଛି ଏବଂ ଦୁର୍ବତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।

Get real time updates directly on you device, subscribe now.