ନୂଆଦିଲ୍ଲୀ: ସିରିଆରେ ସ୍ଥିତି ଉଦବେଗଜନକ ହେବା ପରେ ରାଷ୍ଟ୍ରପତି ବଶର ଅଲ-ଅସଦ ଦେଶ ଛାଡ଼ି ପଳାୟନ କରିଥିବା କୁହାଯାଉଛି । ତେବେ ରାଷ୍ଟ୍ରପତି ଦେଶ ଛାଡ଼ି ଚାଲିଯିବା ପରେ ଲୋକମାନେ ରାଷ୍ଟ୍ରପତି ଭବନରେ ପ୍ରବେଶ କରି ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସାମଗ୍ରୀ ଲୁଟି ନେଇଥିବା ଜଣାପଡ଼ିଛି । ଏପରି ଲୋକମାନେ ରାଷ୍ଟ୍ରପତି ଭବନରେ ପଶି ଭଙ୍ଗାରୁଜା କରୁଥିବା ମଧ୍ୟ କୁହାଯାଉଛି । ବିମାନରେ ଦେଶ ଛାଡ଼ି କୌଣସି ଅଜ୍ଞାତ ସ୍ଥାନକୁ ରାଷ୍ଟ୍ରପତି ବଶର ଚାଲିଯିବା ପରେ ତାଙ୍କର ୨୪ ବର୍ଷର ତାନାଶାହ ଶାସନର ଅନ୍ତ ଘଟିଛି । ବଶର ଦେଶ ଛାଡ଼ି ଚାଲିଯାଇଥିବା ନେଇ ଦୁଇ ଜଣ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ରାଷ୍ଟ୍ରପତି ବଶର ଦେଶରୁ ପଳାୟନ କରିବା ପରେ ସେଠାରେ ଏବେ ହଙ୍ଗାମା ଦେଖିବାକୁ ମିଳିଛି । ଦେଶର କିଛି ନାଗରିକମାନେ ବଶରଙ୍କ ମହଲରେ ପ୍ରବେଶ କରି ଲୁଟପାଟ୍ କରିବା ଆରମ୍ଭ କରିଦେଇଛନ୍ତି । ଲୋକମାନେ ବଶରଙ୍କ ମୂର୍ତ୍ତିକୁ ମଧ୍ୟ ନଷ୍ଟ କରିବା ସହ ଭିଡ଼ି ଭିଡ଼ା ନେଉଥିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ତେବେ ଅଲ-କାଏଦା ସହ ଜଡ଼ିତ ଥିବା କିଛି ଲୋକ ବିରୋଧୀଙ୍କ ସହ ମିଶି ଦେଶ ରାଜଧାନୀ ଡାମାସ୍କସ ଉପରେ ତୁରନ୍ତ ଭାବେ ନିୟନ୍ତ୍ରଣ କରିନେଇଥିବା ଏକ ରିପୋର୍ଟରେ କୁହାଯାଇଛି । ସିରିଆ ସରକାରଙ୍କ ବିରୋଧରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଗତ କିଛି ଦିନ ମଧ୍ୟରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି । ଆଗାମୀ ଦିନରେ ଏହି ସ୍ଥିତି ଆହୁରି ଭୟଙ୍କର ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
🚨 Opposition Forces Enter Presidential Palace
عاجل: الثوار يدخلون القصر الرئاسي في دمشق
• Opposition officially in control
• Assad’s historic seat of power captured
• End of 53-year Assad dynasty rule#Damascus #Syria #Breaking pic.twitter.com/08HNCDSqq0— BLKBRD Broadcasting (@blkbrdbroadcast) December 8, 2024