ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିପାରିବେ ସବୁ ଧର୍ମର ଲୋକ !

ଜଗନ୍ନାଥ ମନ୍ଦିରରେ ମୁସଲମାନ ସମେତ ସବୁ ଧର୍ମର ଲୋକ ପ୍ରବେଶ କରିପାରିବେ ଏବଂ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

କୋଲକାତା: ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିପାରିବେ ମୁସଲମାନ ସମେତ ସବୁ ଧର୍ମର ଲୋକ। କାହା ପାଇଁ କୌଣସି ନିୟମ ରହିବନି। ସବୁ ଧର୍ମର ଲୋକ ଜଗନ୍ନାଥ ମନ୍ଦିରରେ ପଶି ପାରିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ମଧ୍ୟ କରିପାରିବେ।

ଯଦି ଦେଖିବା ପ୍ରାୟତଃ ହିନ୍ଦୁ ମନ୍ଦିର ବିଶେଷ କରି ପୁରୀ ଜଗନ୍ନାଥ ମନ୍ଦିରରେ ଅନ୍ୟ ଧର୍ମର ଲୋକଙ୍କ ପ୍ରବେଶ ନିଷେଧ। ହେଲେ ଦୀଘାର ଏହି ଭବ୍ୟ ଜଗନ୍ନାଥ ମନ୍ଦିରରେ କିନ୍ତୁ ସେପରି କିଛି ନିୟମ ନାହିଁ। ଯେକୌଣସି ଧର୍ମର ଲୋକ ଚାହିଁଲେ ମନ୍ଦିର ଭିତରେ ଯାଇ ଜଗା ଦର୍ଶନ କରିପାରିବେ।

ହଁ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଗତ ୨୫ ତାରଖରୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଉ ଏହି ମନ୍ଦିରର ପ୍ରତିଷ୍ଠା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ମଧ୍ୟ ପୋଷ୍ଟ କରିଛନ୍ତି।

ସାଧାରଣତଃ ପୁରୀ ମନ୍ଦିରରେ କେବଳ ହିନ୍ଦୁମାନଙ୍କୁ ପ୍ରବେଶର ଅନୁମତି ରହିଛି। କିନ୍ତୁ ଦୀଘା ଜଗନ୍ନାଥ ମନ୍ଦିରରେ ସବୁ ଧର୍ମର ଲୋକଙ୍କୁ ପ୍ରବେଶ ଅନୁମିତି ମିଳିବ।

ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସର ରାଜ୍ୟ ସାଧାରଣ ସଂପାଦକ ତନ୍ମୟ ଘୋଷ ସାମାଜିକ ଗଣମାଧ୍ୟମ ‘ଏକ୍ସ‘ରେ କହିଛନ୍ତି, ଦୀଘା ଜଗନ୍ନାଥ ମନ୍ଦିର ଭିତରୁକୁ କୌଣସି ସଂପ୍ରଦାୟର ଲୋକେ ମଧ୍ୟ ପ୍ରବେଶ କରିପାରିବେ।

ଏହା ଏକ ସାଧାରଣ ମନ୍ଦିର ନୁହେଁ। ଏକତାର ଏକ ପ୍ରତୀକ। ଧର୍ମ ଉପରେ କୌଣସି ଭେଦଭାବ ନାହିଁ। ସମସ୍ତଙ୍କ ପାଇଁ ଖୋଲା ରହିବ। ଏହା ହେଉଛି ବେଙ୍ଗଲ- ଆମେ ମାନବିକତା ଓ ଭାଇଚାରା ଉପରେ ବିଶ୍ୱାସ କରୁ।