(Video) କୁମ୍ଭମେଳାରେ ଶ୍ରଦ୍ଧାଳୁଙ୍କୁ ଅଣଦେଖା! ଖୋଲା ଆକାଶତଳେ କଟୁଛି ରାତି, ଶୋରିଷ ପକେଇବାକୁ ବି ଜାଗା ନାହିଁ

ସୁବ୍ୟବସ୍ଥା କହି ଲୋକଙ୍କୁ ଲଣ୍ଠନ ଦେଖେଇଲେ ଯୋଗୀ ସରକାର । ବିଶ୍ୱାସ ପାଇଁ ଶୀତ କାକରରେ କାଟୁଛି ଦିନ ।

ଓଡ଼ିଶା ଭାସ୍କର: ମହାକୁମ୍ଭ ୧୨ ବର୍ଷ ପରେ ଚଳିତ ବର୍ଷ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଅନୁଷ୍ଠିତ ହୋଇଛି । କୁମ୍ଭମେଳାକୁ ନେଇ ଲୋକଙ୍କ ମନରେ ଅନେକ ଆଶା ଉତ୍ସାହ ଦେଖିବାକୁ ମିଳିଛି ।

ଲୋକଙ୍କ ବିଶ୍ୱାସ ଶାହି ସ୍ନାନ ଦ୍ୱାରା ଜୀବନରୁ ପାପ କ୍ଷୟ ହୋଇଯାଏ । ପୁଣ୍ୟ ମିଳିବା ସହ ଈଶ୍ୱରଙ୍କ କୃପା ମଧ୍ୟ ଲାଗି ହୋଇଥାଏ । ଯାହାପାଇଁ ଦୂର ଦୂରାନ୍ତରୁ ଲୋକେ ପରିବାର ସହିତ ଶାହି ସ୍ନାନରେ ସାମିଲ ହେବା ପାଇଁ ଆସୁଛନ୍ତି ।

ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ୪୦ କୋଟିରୁ ଅଧିକ ଲୋକ ଚଳିତଥର କୁମ୍ଭମେଳାରେ ସାମିଲ ହେବେ । ଏତେମାତ୍ରାରେ ଭକ୍ତ ଓ ବାବାମାନଙ୍କ ସମାଗମକୁ ନଜରରେ ରଖି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ବ୍ୟାପକ ବ୍ୟବସ୍ଥା କରାଯାଇଥିବା କୁହାଯାଇଥିଲା ।

ସରକାରଙ୍କ ପ୍ରହସନ : କୁମ୍ଭମେଳା ଆରମ୍ଭ ହେବା ପୂର୍ବରୁ ଗଣମାଧ୍ୟମରେ ବ୍ୟବସ୍ଥାକୁ ନେଇ ଅନେକ ଖବର ପ୍ରକାଶ ପାଇଛି । କିନ୍ତୁ ବର୍ତ୍ତମାନ ଏ ଖବର ମିଛ ବୋଲି ପ୍ରମାଣିତ ହୋଇଛି । କାରଣ କୁମ୍ଭମେଳାକୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭିଡିଓ ଅନୁସାରେ, ମେଳାକୁ ଆସିଥିବା ଶ୍ରଦ୍ଧାଳୁଙ୍କ ରାତ୍ରୀ ଯାପନ ଦେଖିଲେ ଚିନ୍ତା ଲାଗୁଛି । ଶଦ୍ଧାଳୁମାନେ ବିନା ଛାତରେ ଶୀତ କାକରରେ ଏକ ବଡ଼ ପଡ଼ିଆରେ ଶୋଇଥିବା ଦେଖାଯାଇଛି ।

ଲୋକମାନେ ଘରୁ ଆଣିଥିବା ବିଛଣା ପାରିବା ସହ ପରିବାର ଲୋକଙ୍କ ସହ ଖୋଲା ପଡ଼ିଆରେ ଶୋଇଥିବା ଦେଖିବାକୁ ମିଳିଛି ।

କୁମ୍ଭମେଳାରେ ଭକ୍ତଙ୍କ ସମାଗମକୁ ଦେଖି ଯଦିଓ ରାଜ୍ୟ ସରକାର ଜାଣିଥିଲେ । ତେବେ ଏମାନଙ୍କ ରହଣୀ ବ୍ୟବସ୍ଥା କରା ନ ଯିବା ନିହାତି ଭାବେ ଚିନ୍ତାଜନକ ।

ଭଲ ବ୍ୟବସ୍ଥା ହେବା ନେଇ ଡିଣ୍ଡିମ ପିଟୁଥିବା ଯୋଗୀ ସରକାର ଶ୍ରଦ୍ଧାଳୁଙ୍କୁ ଅଣଦେଖା କରିବା ନିହାତି ଭାବେ ନିନ୍ଦନୀୟ ବୋଲି ଆମେ କହିବା ଭୁଲ୍ ହେବ ନାହିଁ ।