ଓଡିଶା ଭାସ୍କର: ମଣିଷର ଆଖି ଏବଂ ଏହାର ରଙ୍ଗରୁ ତାଙ୍କ ବ୍ୟକ୍ତିତ୍ୱ ପଢାଯାଇପାରେ । ହୁଏତ ଏହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ ଏବଂ ଅବିଶ୍ୱାସ ଲାଗିପାରେ । ୨୦୦୭ ମସିହାରେ ଓବ୍ରୋଏ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଅଲଗା ଅଲଗା ରଙ୍ଗ ଥିବା ୪୨୮ ଲୋକଙ୍କୁ ନେଇ ଏକ ଅଧୟନ କରିଥିଲେ । ତେବେ ଏହି ଷ୍ଟଡିରୁ ସେ ଏକ ବିରାଟ ତଥ୍ୟ ଖେଶଜି ବାହାର କରିଥିଲେ । ଆସନ୍ତୁ ଜାଣିବା ମଣିଷର ଆଖିର ରଙ୍ଗ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ କ’ଣ କହିଥାଏ ।
କଳା ଆଖି: କଳା ଆଖି ଥିବା ଲୋକମାନେ ଖୁବ ରହସ୍ୟମୟୀ ହୋଇଥାନ୍ତି । ସେମାନଙ୍କୁ ବହୁତ ଅଧିକ ପୂର୍ବାଭାସ ହୋଇଥାଏ । ସେମାନେ ଖୁବ ବିଶ୍ୱସ୍ତ ହୋଇଥିବା ସହିତ ସିକ୍ରେଟକୁ ଲୁଚେଇ ରକିବାରେ ମାହିର ହୋଇଥାନ୍ତି ଏହି ବ୍ୟକ୍ତିମାନେ ।
ବ୍ରାଉନ ଆଖି: ଏହି ରଙ୍ଗର ଆଖି ଥିବା ଲୋକଙ୍କୁ ବର୍ଣ୍ଣ ଲିଡର କୁହାଯାଏ । ଏମାନେ ଖୁବ ଚାଲାକ ଏବଂ ତୀକ୍ଷ୍ଣ ହୋଇଥାନ୍ତି । ସ୍ୱଭାବରେ ଏମାନେ ଦୃଢ ନିଶ୍ଚୟୀ ହୋଇଥାନ୍ତି । କିନ୍ତୁ କିଛି ସମୟରେ ଅନ୍ୟ ଲୋକଙ୍କ ସାମନାରେ କିଛି କହିବା ପାଇଁ ଅସୁବିଧାରେ ପଡିଯାଆନ୍ତି ।
ଡାର୍କ ବ୍ରାଉନ ଆଖି: ଏମାନେ ଅଧିକ ଲୋକଙ୍କ ସହ କଥା ହେବାକୁ ପସନ୍ଦ କରି ନଥାନ୍ତି । କଳା ଆଖି ଥିବା ଲୋକମାନଙ୍କ ପରି ଏମାନେ ମଧ୍ୟ ଖୁବ ରହସ୍ୟମୟୀ ହୋଇଥାନ୍ତି ।
ନୀଳ ଆଖି: ଏମାନେ ଭିତରୁ ବହୁତ ମଜବୁତ ହୋଇଥାନ୍ତି । ତେବେ ଅନେକ ସମୟରେ ଲୋକମାନେ ଏମାନଙ୍କୁ ଭୀରୁ କିମ୍ବା ଅହଂକାରୀ ବୋଲି ଭୁଲ ଜଜ୍ କରି ଦେଇଥାନ୍ତି । କିନ୍ତୁ ଏମାନେ ପ୍ରକୃତରେ ଭୀରୁ କିମ୍ବା ଅହଂକାରୀ ନୁହଁନ୍ତି । ଏମାନେ ନିଜ ଇମୋସନକୁ ବେଶୀ ବାହାରକୁ ଆସିବାକୁ ଦେଇ ନଥାନ୍ତି । ଏମାନେ ଶାନ୍ତିପୂର୍ଣ୍ଣ, ସ୍ମାର୍ଟ ଏବଂ ଦୟାଳୁ ବ୍ୟକ୍ତି ହୋଇଥାନ୍ତି ।
ଡାର୍କ ବ୍ଲୁ ଆଖି: ଏହି ରଙ୍ଗର ଆଖି ଥିବା ବ୍ୟକ୍ତିମାନେ ବହୁତ ଅଦିକ ସମ୍ବେଦନଶୀଳ ହୋଇଥାନ୍ତି । ଶାରୀରିକ ଭାବରେ ଏମାନେ ଖୁବ ଶକ୍ତିଶାଳୀ ହୋଇଥାନ୍ତି ।
ଗ୍ରେ ଆଖି: ଯେଉଁମାନଙ୍କ ଆଖିର ରଙ୍ଗର ଗ୍ରେ ହୋଇଥାଏ, ଏମାନେ ଅନ୍ୟ ଲୋକଙ୍କ ଖୁବ ଅଧିକ ଚିନ୍ତା କରିଥାନ୍ତି । ଏମାନଙ୍କ ଜୀବନ ସନ୍ତୁଳିତ ହୋଇଥାଏ ।
ସବୁଜ ଆଖି: ସବୁଜ ଆଖି ଥିବା ଲୋକମାନେ ଖୁବ ସତର୍କ ରହିଥାନ୍ତି । ଏମାନେ ବୁଦ୍ଧିମାନ, ଜିଜ୍ଞାସୁ ଏବଂ ଜୋସର ସହିତ ଜୀବନକୁ ଉପଭୋଗ କରିଥାନ୍ତି ।