PPFଠାରୁ ସୁକନ୍ୟା ସମୃଦ୍ଧି ଯୋଜନା ଯାଏଁ.., ସ୍ମଲ୍ ସେଭିଙ୍ଗସ ସ୍କିମର ସୁଧ ଦରକୁ ନେଇ ସରକାରଙ୍କ ବଡ଼ ଘୋଷଣା

ସରକାର ଜୁଲାଇ ୧ଠାରୁ ଆରମ୍ଭ ବର୍ଷର ଦ୍ୱିତୀୟ ତ୍ରୟମାସ ପାଇଁ ସୁଧ ଦରରେ ଅନେକ ପରିବର୍ତ୍ତନ କରିଛନ୍ତି, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସରକାରଙ୍କ ଏହି ନିଷ୍ପତ୍ତି PPF, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ NSC ସମେତ ସ୍ମଲ୍ ସେଭିଙ୍ଗସ ସ୍କିମର ସୁଧ ହାର ଉପରେ ଆସିଛି। ସରକାର 1 ଜୁଲାଇରୁ ଆରମ୍ଭ ହେଉଥିବା ଦ୍ୱିତୀୟ ତ୍ରୟମାସିକ (ଜୁଲାଇ-ସେପ୍ଟେମ୍ବର) ପାଇଁ PPF ସମେତ ସ୍ମଲ୍ ସେଭିଙ୍ଗସ ସ୍କିମର ସୁଧ ହାରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।

ଏହାର ଅର୍ଥ ହେଉଛି ଚଳିତ ଆର୍ଥିକ ବର୍ଷ 2025-26 ର ଦ୍ୱିତୀୟ ତ୍ରୟମାସିକରେ ବର୍ତ୍ତମାନର ସୁଧ ହାର ଅପରିବର୍ତ୍ତିତ ରହିବ। ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି।

ପୂର୍ବରୁ, ଏପ୍ରିଲ-ଜୁନ୍, ଜାନୁଆରୀ-ମାର୍ଚ୍ଚ (Q4FY25), ଅକ୍ଟୋବର-ଡିସେମ୍ବର (Q3FY25), ଜୁଲାଇ-ସେପ୍ଟେମ୍ବର (Q2FY25) ଏବଂ ଏପ୍ରିଲ-ଜୁନ୍ (Q1FY25) ରେ କ୍ଷୁଦ୍ର ସଞ୍ଚୟ ଯୋଜନାର ସୁଧ ହାରରେ କୌଣସି ପରିବର୍ତ୍ତନ ହୋଇନଥିଲା।

ସ୍ମଲ୍ ସେଭିଙ୍ଗସ ସ୍କିମର ସୁଧ ଦର:
• ସୁକନ୍ୟା ସମୃଦ୍ଧି ଯୋଜନା – ୮.୨ ପ୍ରତିଶତ
• ୩ ବର୍ଷର Term Deposit- ୭.୧ ପ୍ରତିଶତ
• ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (PPF) – ୭.୧ ପ୍ରତିଶତ
• ପୋଷ୍ଟ ଅଫିସ୍ ସଞ୍ଚୟ ଜମା ଯୋଜନା – ୪ ପ୍ରତିଶତ
• କିସାନ ବିକାଶ ପତ୍ର – ୭.୫ ପ୍ରତିଶତ (୧୧୫ ମାସରେ ପରିପକ୍ୱ)
• ଜାତୀୟ ସଞ୍ଚୟ ପ୍ରମାଣପତ୍ର (NSC) – ୭.୭ ପ୍ରତିଶତ
• ମାସିକ ଆୟ ଯୋଜନା – ୭.୪ ପ୍ରତିଶତ
• ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା – ୮.୨ ପ୍ରତିଶତ

ସରକାର ୧୧ଟି ସ୍ମଲ୍ ସେଭିଙ୍ଗସ ସ୍କିମ ଚଳାନ୍ତି:
କେନ୍ଦ୍ର ସରକାର କିସାନ ବିକାଶ ପତ୍ର, ପିପିଏଫ, ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, ପୋଷ୍ଟ ଅଫିସ ସଞ୍ଚୟ ଖାତା ଏବଂ ଜାତୀୟ ସଞ୍ଚୟ ମାସିକ ଆୟ ଯୋଜନା ଭଳି ୧୧ଟି ମୁଖ୍ୟ କ୍ଷୁଦ୍ର ସଞ୍ଚୟ ଯୋଜନା ଚଳାନ୍ତି।

ଏହି ଯୋଜନାଗୁଡ଼ିକରେ ବିଭିନ୍ନ ସମୟ ପାଇଁ କ୍ଷୁଦ୍ର ସଞ୍ଚୟରେ ଟଙ୍କା ଜମା କରାଯାଇପାରିବ। କିଛି ଯୋଜନାରେ ଟଙ୍କା ନିବେଶ ଉପରେ ସରକାର ଟିକସ ଛାଡ଼ ମଧ୍ୟ ଦିଅନ୍ତି।