fbpx

ପାକ୍ ପୂର୍ବତନ ରାଷ୍ଟ୍ରପତିଙ୍କ ସମ୍ପତ୍ତି ନିଲାମ ପାଇଁ ଚାଲିଛି ବୋଲି

ଲକ୍ଷ୍ନୌ: ଭାରତ ତଥା ଉତ୍ତର ପ୍ରଦେଶରେ ଏବେ ପାକ୍ ପୂର୍ବତନ ରାଷ୍ଟ୍ରପତିଙ୍କୁ ନେଇ ଚର୍ଚ୍ଚା । ଆଜି ଉତ୍ତର ପ୍ରଦେଶରେ ଥିବା ପରବେଜଙ୍କ ଜମିବାଡିର ହେବ ନିଲାମ । ଗୋଟିଏ ଦିନରେ ଅର୍ଥାତ୍ ଆଜି ହିଁ ଏହି ନିଲାମ ପ୍ରକ୍ରିୟାକୁ ପୂରା କରାଯିବ । ଯିଏ ସବୁଠାରୁ ଅଧିକ ବୋଲି ଲଗାଇବେ, ସେ ପରବେଜଙ୍କ ସମ୍ପତ୍ତିର ହେବେ ମାଲିକ । ନିଲାମ ଅନଲାଇନ କରାଯିବ ।
ୟୁପିର ବାଗପତ, କୋଟାନା ଗାଁରେ ଥିବା ସମ୍ପତ୍ତିର ସେପ୍ଟେମ୍ବର ୫ରେ ହେବ । କୋଟାନା ହେଉଛି ପରବେଜଙ୍କ ମାମୁôଁଘର । କୋଟାନାରେ ପରବେଜଙ୍କ ବାପା- ମାଆ ରହୁଥିଲେ । ଉଭୟ ଜେଜେ ବାପା ଓ ଅଜା ମଧ୍ୟ ସେହି ଗାଁରେ ରହୁଥିଲେ । ପରବେଜଙ୍କ ମା ବେଗମ ଜରିନ ଓ ବାପା ମଶର୍ରଫୁଦ୍ଦିନ ୧୯୪୩ରେ ବିବାହ କରିବା ପରେ କୋଟାନା ଛାଡି ଦେଇଥିଲେ । ପରବେଜଙ୍କ ଜନ୍ମ ଦିଲ୍ଲୀରେ ହୋଇଥିଲା । ସେ କେବେ ମଧ୍ୟ କୋଟାନା ଆସି ନ ଥିଲେ । କାରଣ, ଦେଶ ବିଭାଜନ ପରେ ପରବେଜଙ୍କ ପରିବାର ପାକିସ୍ଥାନ ଚାଲିଯାଇଥିଲେ । ତେବେ ଅନ୍ୟ ସମ୍ପର୍କୀୟ କୋଟାନାରେ ରହିଥିଲେ ।୧୯୬୫ରେ ସେ ମଧ୍ୟ ଭାରତ ଛାଡି ପାକିସ୍ଥାନ ଚାଲିଯାଇଥିଲେ ।
ଜିଲ୍ଲା ପ୍ରଶାସନ ମୁତାବକ, କୋଟାନାରେ ପରବେଜଙ୍କ ପ୍ରାୟ ଦୁଇ ହେକ୍ଟର ଭୂମି ରହିଛି । ଏହି ଜମିକୁ ଆଜି ନିଲାମ କରିଦିଆଯିବ । ଏହା ପରେ ଭାରତ ମାଟିରୁ ପରବେଜଙ୍କ ସବୁ ସମ୍ପର୍କ ଶେଷ ହୋଇଯିବ । ଅସ୍ଥିତ୍ୱ ହଜିଯିବ ।

Get real time updates directly on you device, subscribe now.