fbpx

ପାକିସ୍ତାନ ମସଜିଦରେ ବିସ୍ଫୋରଣ: ୬୩ ମୃତ, ୧୫୦ ଆହତ

ଇସଲାମାବାଦ: ତହରିକ-ଏ-ତାଲିବାନ(ଟିଟିପି) ଆତଙ୍କ ପାକିସ୍ତାନରେ ବଢିବାକୁ ଲାଗିଛି । ଗତକାଲି ପାକିସ୍ତାନର ପେଶାୱରରେ ଏହି ଆତଙ୍କି ସଂଗଠନ କଡ଼ା ସୁରକ୍ଷା ଭିତରେ ନମାଜ ପଢାଯାଉଥିବା ମସଜିଦରେ ପ୍ରବେଶ କରି ଆତ୍ମଘାତୀ ଆକ୍ରମଣ କରିଥିଲା । ଯେଉଁଥିରେ ୬୩ଜଣଙ୍କ ମୃତ୍ୟୁ ଘଟିବା ସହ ୧୫୦ରୁ ଆଧିକ ଲୋକ ଆହତ ହୋଇଛନ୍ତି । ଏହା ସେନାଧ୍ୟକ୍ଷଙ୍କ ପ୍ରତିଶୋଧ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ପେଶାୱରର ଉପାସକମାନେ ଅପରାହ୍ନରେ ପ୍ରାର୍ଥନା କରୁଥିଲେ । ଏହି ଆକ୍ରମଣକାରୀ ମାନେ ୪୦୦ ସୁରକ୍ଷାକର୍ମୀଙ୍କ ବ୍ୟବସ୍ଥାକୁ ଅତିକ୍ରମ କରି ମସଜିଦ ଭିତରକୁ ପ୍ରବେଶ କରି ନମାଜୀଙ୍କ ଆଗ ଧାଡ଼ିରେ ଯାଇ ବସିଥିଲେ । ଯେତେବେଳେ ଲୋକମାନେ ନମାଜ ପଢିବା ଆରମ୍ଭ କରିଥିଲେ ସେତେବେଳେ ସେମାନେ ନିଜକୁ ବିସ୍ଫୋରଣ କରି ସେଠାରେ ଉପସ୍ଥିତ ଅନ୍ୟାନ୍ୟ ୬୩ ଲୋକଙ୍କ ଜୀବନ ନେଇଛନ୍ତି । ଏହି ଆକ୍ରମଣ ପରେ ମସଜିଦରେ କେବଳ ମୃତଦେହ ଦୃଶ୍ୟମାନ ହେଉଥିଲା ।

ଟିଟିପି ଆକ୍ରମଣ ପରେ ଆହତଙ୍କ ଚିକିତ୍ସା ପାଇଁ ପେଶାୱର ଡ଼ାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ସର୍ବାଧିକ ରକ୍ତଦାନ କରିବା ପାଇଁ ପ୍ରଶାସନ ଲୋକମାନଙ୍କୁ ନିବେଦନ କରିଛି । ଇସଲାମାବାଦ ସମେତ ପାକିସ୍ତାନର ସମସ୍ତ ପ୍ରମୁଖ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ବ୍ୟତୀତ ପୋଲିସ ସେଠାରେ ନିଜର ତଦନ୍ତ ଚାଲଇଛି ।

Get real time updates directly on you device, subscribe now.