fbpx

ମାତ୍ର ୫୯ ଟଙ୍କାରେ ମିଳିବ ପେଟ୍ରୋଲ ଏବଂ ଡିଜେଲ: କେନ୍ଦ୍ର ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ମହଙ୍ଗା ପେଟ୍ରୋଲ-ଡିଜେଲ ସାଧାରଣ ଲୋକଙ୍କୁ କନ୍ଦାଉଛି । ଦେଶର ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଗାଡିଗୁଡ଼ିକୁ ନିଜ ଘରେ ପାର୍କିଂ କରିଛନ୍ତି । କାରଣ ଦାମୀ ପେଟ୍ରୋଲଡିଜେଲ କିଣିବା ସ୍ୱଳ୍ପ ଆୟ କରୁଥିବା ଲୋକଙ୍କ ବଜେଟରେ ନାହିଁ । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପେଟ୍ରୋଲ ଏବଂ ଡିଜେଲ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସରକାର ପୁଣି ଏକ ନୂଆ ଉପାୟ ବାହାର କରିଛନ୍ତି । ସରକାର ପୁଣି ଥରେ ଫ୍ଲେକ୍ସ-ଇନ୍ଧନ ଉପରେ ଧ୍ୟାନ ଦେଉଛନ୍ତି ।

କୁହାଯାଉଛି ଯେ ଆସନ୍ତା ୬ ମାସ ମଧ୍ୟରେ ଫ୍ଲେକ୍ସ-ଇନ୍ଧନ କାର ଆଣିବା ପାଇଁ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କ କାର କମ୍ପାନୀ ସହ ଆଲୋଚନା ଚାଲିଛି । ଫ୍ଲେକ୍ସ-ଇନ୍ଧନ ହେଉଛି ଏକ ଇନ୍ଧନ ଯାହା ମାଧ୍ୟମରେ ଆମେ ଇଥାନଲ ସହିତ ମିଶ୍ରିତ ଇନ୍ଧନରେ ଆମର କାର ଚଳାଇ ପାରିବା ।

ବିଶେଷଜ୍ଞଙ୍କ ଅନୁଯାୟୀ, ପେଟ୍ରୋଲ ଏବଂ ମିଥାନଲ କିମ୍ବା ଇଥାନଲ ମିଶ୍ରଣରୁ ନିର୍ମିତ ଫ୍ଲେକ୍ସଇନ୍ଧନ ହେଉଛି ଏକ ବିକଳ୍ପ ଇନ୍ଧନ । ଯେଉଁଥିପାଇଁ ପେଟ୍ରୋଲ ଏବଂ ଡିଜେଲର ନିର୍ଭରଶୀଳତା ହ୍ରାସ ପାଇବ । ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ କମ୍ ମୂଲ୍ୟରେ ଫ୍ଲେକ୍ସ ଇଞ୍ଜିନ ପ୍ରସ୍ତୁତ ହେଉଛି । ଯେଉଁଥିପାଇଁ ମାର୍କେଟରେ କାରଗୁଡିକର ମୂଲ୍ୟ ମଧ୍ୟ ହ୍ରାସ ପାଇପାରେ । ଆହୁରି ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ଚିନ୍ତା ସାଧାରଣ ଲୋକଙ୍କୁ କଷ୍ଟ ଦେବ ନାହିଁ ।

Get real time updates directly on you device, subscribe now.