fbpx

ପୁୁଣି ବଢିଲା ପେଟ୍ରୋଲ-ଡିଜେଲ ଦାମ୍, ଆଉ କମିବାର ନାହିଁ ଆଶା

କରୋନା ସଙ୍କଟ ମଧ୍ୟରେ ଲଗାତାର ଭାବେ ପୁଣି ବଢିଛି ପେଟ୍ରୋଲ-ଡିଜେଲ ଦାମ୍ । ଗତ ୬ ଦିନରେ ଲିଟର ପିଛା ପେଟ୍ରୋଲ ୩.୩୧ ଟଙ୍କା ଓ ଡିଜେଲ ୩.୪୨ ଟଙ୍କା ବୃଦ୍ଧି ଘଟିଛି । ଆଜି ପେଟ୍ରୋଲ ଦାମ ଲିଟର ପିଛା ୫୭ ପଇସା ବଢିଥିବା ବେଳେ ଡିଜେଲ ଲିଟର ପିଛା ୫୯ ପଇସା ବୃଦ୍ଧି ପାଇଛି । ଏହି କ୍ରମରେ ଆଜି ରାଜଧାନୀ ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ମୂଲ୍ୟ ୭୪.୫୪ ଟଙ୍କା ରହିଥିବା ବେଳେ ଡିଜେଲ ୭୨.୮୧ ଟଙ୍କା ରହିଛି ।

ସେହିପରି ଭୁବନେଶ୍ୱରେ ଲିଟର ପିଛା ପେଟ୍ରୋଲ ଦାମ ୭୫.୭ ଟଙ୍କା ରହିଥିବା ବେଳେ ଡିଜେଲ ୭୧.୧୦ ଟଙ୍କା ରହିଛି । ଅନ୍ୟପଟେ ଅନ୍ତର୍ଜାତିକ ବଜାରରେ କଞ୍ଚା ତୈଳ ଦାମରେ ଗୋଟେ ଦିନର ହ୍ରାସ ପାଇବା ପରେ ପୁଣି ଥରେ ବୃଦ୍ଧି ପାଇଛି। ଏହି କ୍ରମରେ ତେଲର ଦାମ ଆଗକୁ ଆହୁରି ମହଙ୍ଗା ହେବ ବୋଲି ସମ୍ଭାବନା କରାଯାଉଛି ।

Get real time updates directly on you device, subscribe now.