fbpx

ଦେଶରେ ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର: ଜାଣନ୍ତୁ କେତେ?

ନୂଆଦିଲ୍ଲୀ: ୟୁକ୍ରେନ ଓ ରୁଷ ଯୁଦ୍ଧ ମଧ୍ୟରେ ଭାରତରେ ପେଟ୍ରୋଲ ରେଟ୍ ଲଗାତାର ବଢ଼ିବାରେ ଲାଗିଛି । ୪ ଦିନରେ ପେଟ୍ରୋଲ-ଡିଜେଲ ପୁଣି ଥରେ ମହଙ୍ଗା ହୋଇଛି । ପୁଣିଥରେ ପେଟ୍ରୋଲ –ଡିଜେଲ ଦର ଲିଟର ପିଛା ୮୦ ପଇସା ମହଙ୍ଗା ହୋଇଛି । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଅନୁସାରେ, ଆଜି ଦିଲ୍ଲୀରେ ୮୦ ପଇସା ବୃଦ୍ଧି ପରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୯୭.୮୧ ଟଙ୍କା ହୋଇଛି । ଅନ୍ୟପଟେ ଦିଲ୍ଲୀରେ ଡିଜେଲର ମୂଲ୍ୟ ୮୯.୦୭ ଟଙ୍କାକୁ ବଢ଼ିଯାଇଛି ।

ତେବେ ଗତବର୍ଷ ନଭେମ୍ବର ମାସ ପରେ ପେଟ୍ରୋଲ-ଡିଜେଲ ଦର ବଢ଼ିନଥିଲା । ଏହା ପରେ ଗତ ମଙ୍ଗଳବାରଠାରୁ ତେଲ ଦର ବଢ଼ିବାରେ ଲାଗିଛି । ୨ ଦିନ ତେଲ ଦର ବଢ଼ିବା ପରେ ଆଜି ପୁଣି ଏହାର ରେଟ୍ ୮୦ ପଇସା ମହଙ୍ଗା ହୋଇଛି । ସେହିପରି ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ଦର ୧୧୨.୫୧ ଟଙ୍କା ଥିବା ବେଳେ ଡିଜେଲ ୯୬.୭୦ ଟଙ୍କା ହୋଇଛି । ଏହା ବ୍ୟତୀତ କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୭.୧୮ ଟଙ୍କା ଓ ଡିଜେଲ ୯୨.୨୨ ଟଙ୍କା ହୋଇଛି ।

Get real time updates directly on you device, subscribe now.