ପୁଣି ପେଟ୍ରୋଲ ଚିନ୍ତା: ଗାଡି ଚାଳକଙ୍କ ପାଇଁ ମହଙ୍ଗା ହୋଇପାରେ ଆସନ୍ତା ୧୧ ଦିନ, ପକେଟକୁ ହେବ ଆକ୍ରମଣ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗତ ୪ ମାସରେ ସ୍ଥିର ରହିଛି ପେଟ୍ରୋଲ ଏବଂ ଡିଜେଲ ଦର । ତେଣୁ ଆସନ୍ତା ୧୧ ଦିନ ମଧ୍ୟରେ ଗାଡି ଚାଳକଙ୍କ ପକେଟକୁ ଆକ୍ରମଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ସମୟ ମଧ୍ୟରେ ତୈଳଦର ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ବୋଲି ଅନୁମାନ କରିଛନ୍ତି ଆଇସିଆଇସିଆଇ ସିକ୍ୟୁରିଟିଜ ।

ସିକ୍ୟୁରିଯିଜର ଏକ ରିପୋର୍ଟ ମୁତାବକ, ଖୁଚୁରା ବ୍ୟବସାୟୀମାନେ ଆସନ୍ତା ମାର୍ଚ୍ଚ ୧୬ ସୁଦ୍ଧା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବାର ଆବଶ୍ୟକତା ରହିଛି । ସେହିପରି ତୈଳ କମ୍ପାନୀଗୁଡିକର ମାର୍ଜିନ ସହ ଲିଟର ପିଛା ୧୫.୧ ଟଙ୍କା ବୃଦ୍ଧିର ଆବଶ୍ୟତା ଦେଖାଦେଇଛି । ଆସନ୍ତା ସପ୍ତାହ ସୁଦ୍ଧା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଯିବ । ତେଣୁ ଏହାପରେ ଦୈନିକ ଆଧାରରେ ଇନ୍ଧନର ଦର ମଧ୍ୟ ବୃଦ୍ଧି ପାଇପାରେ ବୋଲି କହିଛନ୍ତି ବ୍ରୋକରେଜ କମ୍ପାନୀ ଜେ.ପି ମୋର୍ଗାନ ।