fbpx

ଅର୍ଥମନ୍ତ୍ରୀଙ୍କ ବୟାନ ପରେ କେତେ ଖସିଲା ପେଟ୍ରୋଲ-ଡିଜେଲ ଦର? ଜାଣନ୍ତୁ ଆପଣଙ୍କ ସହରର ରେଟ୍

ନୂଆଦିଲ୍ଲୀ: ଜୁଲାଇ ମଧ୍ୟଭାଗରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ପ୍ରତି ୧୫ ଦିନରେ ଅଶୋଧିତ ତୈଳ, ଡିଜେଲ-ପେଟ୍ରୋଲ ଏବଂ ବିମାନ ଇନ୍ଧନ (ଏଟିଏଫ) ଉପରେ ଲାଗୁ ହୋଇଥିବା ନୂଆ ଟ୍ୟାକ୍ସକୁ ସରକାର ସମୀକ୍ଷା କରିବେ । ଅଶୋଧିତ ମୂଲ୍ୟରେ ହ୍ରାସ ଏବଂ ଅର୍ଥମନ୍ତ୍ରୀଙ୍କ ବୟାନ ପରେ ଘରୋଇ ବଜାରରେ ତେଲର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା । ଅବଶ୍ୟ ଗତ ଦୁଇ ମାସରୁ ଅଧିକ ସମୟ ଧରି ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

କିଛି ଦିନ ପୂର୍ବରୁ ଅଶୋଧିତ ତୈଳରେ ସୁଧାର ହୋଇଛି, ଯାହା ବ୍ୟାରେଲ ପିଛା ୧୦୦ ଡଲାରରୁ କମ୍ ହୋଇଛି । ବୁଧବାର ଦିନ ଡବ୍ଲୁଟିଆଇ ଅଶୋଧିତ ବ୍ୟାରେଲ ପିଛା ୯୭.୭୬ ଡଲାର ଏବଂ ବ୍ରେଣ୍ଟ ଅଶୋଧିତ ବ୍ୟାରେଲ ପିଛା ୧୦୭ ଡଲାର ଥିବା ଦେଖିବାକୁ ମିଳିଛି ।

ଗତ ଦୁଇମାସ ଧରି ପେଟ୍ରୋଲ-ଡିଜେଲର ହାର ସ୍ଥିର ରହିଛି । ଏଥିରେ କୌଣସି ପରିବର୍ତ୍ତନ ଦେଖାଯାଇ ନାହିଁ । ମେ ୨୧ ରେ ସରକାରଙ୍କ ଦ୍ୱାରା ଏକ୍ସାଇଜ୍ ଡ୍ୟୁଟି କଟାଯାଇଥିଲା । ଅଶୋଧିତ ତୈଳ ଦର ମୂଲ୍ୟ ନରମ ହେଉଥିବା ବେଳେ ଅନେକ ଗଣମାଧ୍ୟମର ରିପୋର୍ଟ ତେଲର ମୂଲ୍ୟ ହ୍ରାସ ହେବ ବୋଲି ଆଶା କରାଯାଉଛି । ସରକାରଙ୍କ ଦ୍ୱାରା ଏକ୍ସାଇଜ୍ ଡ୍ୟୁଟି ହ୍ରାସ ପରେ କିଛି ରାଜ୍ୟ ମଧ୍ୟ ଭାଟ୍ ହ୍ରାସ କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ପେଟ୍ରୋଲ ୮ ଟଙ୍କା ଏବଂ ଡିଜେଲ ୬ ଟଙ୍କା କମିଥିଲା ।

ଜାଣନ୍ତୁ ଆଜିର ପେଟ୍ରୋଲ-ଡିଜେଲ ମୂଲ୍ୟ :-

– ପୋର୍ଟ ବ୍ଲେୟାରରେ ଲିଟର ପିଛା ପେଟ୍ରୋଲ ୮୪.୧୦ ଟଙ୍କା ଏବଂ ଡିଜେଲ ୭୯.୭୪ ଟଙ୍କା ।
-ଦିଲ୍ଲୀରେୁ ଲିଟର ପିଛା ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ।
-ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୧.୩୫ ଟଙ୍କା ଏବଂ ଡିଜେଲ ୯୭.୨୮ ଟଙ୍କା ।
– ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ୯୪.୨୪ ଟଙ୍କା ।
-କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କା ।
– ନୋଏଡାରେ ଲିଟର ପିଛା ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଡିଜେଲ ୮୯.୯୬ ଟଙ୍କା ।
– ଲଖନଉରେ ଲିଟର ପିଛା ପେଟ୍ରୋଲ ୯୬.୫୭ ଟଙ୍କା ଏବଂ ଲିଟର ପିଛା ଡିଜେଲ ୮୯.୭୬ ଟଙ୍କା ।
– ଜୟପୁରରେ ଲିଟର ପିଛା ପେଟ୍ରୋଲ ୧୦୮.୪୮ ଟଙ୍କା ଏବଂ ଡିଜେଲ ୯୩.୭୨ ଟଙ୍କା ।
– ତିରୁବନନ୍ତପୁରମରେ ଲିଟର ପିଛା ପେଟ୍ରୋଲ ୧୦୭.୭୧ ଟଙ୍କା ଏବଂ ଡିଜେଲ ୯୬.୫୨ ଟଙ୍କା ।
– ପାଟନାରେ ଲିଟର ପିଛା ପେଟ୍ରୋଲ ୧୦୭.୨୪ ଟଙ୍କା ଏବଂ ଡିଜେଲ ୯୪.୦୪ ଟଙ୍କା ।
– ଗୁରୁଗ୍ରାମରେ ଲିଟର ପିଛା ୯୭.୧୮ ଟଙ୍କା ଏବଂ ଡିଜେଲ ପିଛା ୯୦.୦୫ ଟଙ୍କା ।
– ବେଙ୍ଗାଲୁରୁରେ ଲିଟର ପିଛା ପେଟ୍ରୋଲ ୧୦୧.୯୪ ଟଙ୍କା ଏବଂ ଡିଜେଲ ୮୭.୮୯ ଟଙ୍କା ।
– ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ୧୦୩.୧୯ ଟଙ୍କା ଏବଂ ଡିଜେଲ ୯୪.୭୬ ଟଙ୍କା
– ଚଣ୍ଡିଗଡ଼ରେ ଲିଟର ପିଛା ପେଟ୍ରୋଲ ୯୬.୨୦ ଟଙ୍କା ଏବଂ ଡିଜେଲ ୮୪.୨୬ ଟଙ୍କା ।
– ହାଇଦ୍ରାବାଦରେ ଲିଟର ପିଛା ପେଟ୍ରୋଲ ୧୦୯.୬୬ ଟଙ୍କା ଏବଂ ଡିଜେଲ ୯୭.୮୨ ଟଙ୍କା

Get real time updates directly on you device, subscribe now.