fbpx

କମିଲା ଅଶୋଧିତ ତୈଳ ଦର: ଏବେ ଏତିକି ଶସ୍ତା ହେବ ପେଟ୍ରୋଲ-ଡିଜେଲ!

ନୂଆଦିଲ୍ଲୀ:ଆର୍ନ୍ତଜାତୀୟ ବଜାରରରେ ଅଶୋଧିତ ତୈଳ ଦର ଦିନକୁ ଦିନ କମିବାର ଲାଗିଛି । ଅଶୋଧିତ ତୈଳ ମୂଲ୍ୟ ଗତ ୭ ମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ବର୍ତ୍ତମାନ ବ୍ରେଣ୍ଟ ଫ୍ରୁଡ ଅଏଲ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାର ରହିଛି । କିନ୍ତୁ ଏହା ସତ୍ୱେ ମଧ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଆସୁନାହିଁ । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୨ ରୁ ୩ ଟଙ୍କା ହ୍ରାସ ହୋଇପାରେ ।

ଯଦି ଏପରି ହୁଏ ତେବେ ସାଧାରଣ ଜନତାଙ୍କୁ ଏହି ପେଟ୍ରୋଲ ଏବଂ ଡିଜେଲ ଦରରରୁ ଟିକିଏ ମୁକ୍ତି ମିଳିବ । ଏଥିସହିତ ଅନ୍ୟ ସାମଗ୍ରୀର ଦର ମଧ୍ୟ ହ୍ରାସ ପାଇବ । କିନ୍ତୁ ଏହି ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଯେ ତେଲ କମ୍ପାନୀମାନେ ବର୍ତ୍ତମାନ କ୍ଷତିରେ ଚାଲୁଥିବାରୁ ସେମାନେ ପେଟ୍ରୋଲ ଏବଂ ଡିଜେଲ ପରିବର୍ତ୍ତନ କରିବାକୁ ଚାହୁଁ ନାହାନ୍ତି ।

ଏହାପୂର୍ବରୁ ଫେବୃଆରୀରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୯୦ ଡଲାର ପାଖାପାଖି ଥିଲା, ଯାହା ଜୁନ୍ ମାସରେ ବ୍ୟାରେଲ ପିଛା ୧୨୫ ଡଲାରରେ ପହଞ୍ଚିଥିଲା । ବ୍ରେଣ୍ଟ ଅଶୋଧିତ ତୈଳ ବର୍ତ୍ତମାନ ବ୍ୟାରେଲ ପିଛା ୯୧ ଡଲାରରେ ରହିଛି । ଶେଷ ଥର ପାଇଁ ମେ ୨୧ ରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ହ୍ରାସ କରିଥିଲେ । ଏହା ପରେ ପେଟ୍ରୋଲ ୯.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହୋଇଛି ।

ଆପଣଙ୍କ ସହରରେ କେତେ ରେଟ୍ ?

-ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ୮୯.୬୨ ଟଙ୍କା ।
-ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୧୧.୩୫ ଟଙ୍କା ଏବଂ ଡିଜେଲ ୯୭.୨୮ ଟଙ୍କା ।
– ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୨.୬୩ ଟଙ୍କା ଏବଂ ଡିଜେଲ ୯୪.୨୪ ଟଙ୍କା ।
– ଭୁବନେଶ୍ୱରରେ ଲିଟର ପିଛା ପେଟ୍ରୋଲ ୧୦୩.୧୯ ଟଙ୍କା ଏବଂ ଡିଜେଲ ୯୪.୭୬ ଟଙ୍କା
-କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ୯୨.୭୬ ଟଙ୍କା ।
– ହାଇଦ୍ରାବାଦରେ ଲିଟର ପିଛା ପେଟ୍ରୋଲ ୧୦୯.୬୬ ଟଙ୍କା ଏବଂ ଡିଜେଲ ୯୭.୮୨ ଟଙ୍କା ।

 

Get real time updates directly on you device, subscribe now.