fbpx

ମାଟ୍ରିମୋନିଆଲ ସାଇଟରୁ ବିବାହ, ଆଉ ବିବାହର ଆଠ ବର୍ଷ ପରେ ଜଣାପଡ଼ିଲା ସ୍ବାମୀ ପୂର୍ବରୁ ଥିଲେ…

ଭଦୋଦରା : ଗୁଜରାଟର ଇନୋଦରାରେ ଜଣେ ୪୦ ବର୍ଷୀୟା ମହିଳା ୮ ବର୍ଷ ପରେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ବାମୀ ପୂର୍ବରୁ ଜଣେ ମହିଳା ଥିଲେ । ଏ ଘଟଣା ବିଷୟରେ ସୁନୀଲ ବେଳ କୁ ହୁଏ ତ ଆପଣଙ୍କ ମୁଣ୍ଡ ଚକର ଖାଉଥିବ । ଲିଙ୍ଗକୁ ନେଇ ଗ୍ରାମଙ୍କ ମିଛ ଧରାପଡ଼ିବା ପରେ ଉକ୍ତ ମହିଳା ପୁଲିସର ଆଶ୍ରୟ ନେଇଛନ୍ତି ଏବଂ ପୁଲିସ ତାଙ୍କ ସ୍ବାମୀଙ୍କୁ ଦିଲ୍ଲୀରୁ ଗିରଫ କରି ଭଦୋଦରା ଆଣିଛି । ମହିଳା ଜଣକ ପ୍ରଥମେ ବିବାହ କରିଥିଲେ ଏବଂ ତାଙ୍କର ୧୪ ବର୍ଷର ଏକ ଝିଅ ଅଛି । ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ରୁ ସେ ଦ୍ଵିତୀୟ ବିବାହ କରିବାକୁ ଭାବିଥିଲେ। ୨୦୧୧ ମସିହାରେ ଏକ ଦୁର୍ଘଟଣାରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେ ଏକବିବାହ ବନ୍ଧନ ୱେବସାଇଟ୍ ମାଧ୍ୟମରେ( ମାଟ୍ରିମୋନିଆଲ ସାଇଟ୍‌)ରେ ବିରାଜ ବନ୍ଧନ ନାମକ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ।

୨୦୧୪ ମସିହାରେ ଉଭୟଙ୍କର ବିବାହ ହୋଇଥିଲା । ବିବାହ ସମୟରେ ମହିଳା ଜଣକ ଜାଣିନଥିଲେ ଯେ ଅସ୍ତ୍ରୋପଚାର ମାଧ୍ୟମରେ ବିରାଜ ମହିଳାରୁ ପୁରୁଷ ହେଇଛନ୍ତି । ଅଭିଯୁକ୍ତ ଜଣକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁନଥିଲେ । ଏଥି ପାଇଁ ସେ କାଶ୍ମୀର ଯାଇଥିଲେ। କିନ୍ତୁ ଅଭିଯୁକ୍ତ ବାରମ୍ଵାର ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଉଥିଲେ । ଏହା ସହ ଆଶ୍ୱାସନା ଦେଇଥିଲେ ଯେ ସେ ଏକ ପୂର୍ଣ୍ଣ ଅସ୍ତ୍ରୋପଚାର ପୋଷ୍ଟ କରିବେ। ଜାନୁଆରୀ ୨୦୨୦ ରେ, ସେ ତାଙ୍କୁ କହିଥିଲେ ଯେ ସେ ମେଦବହୁଳତା ପାଇଁ ଅସ୍ତ୍ରୋପଚାର କରିବାକୁ ଚାହୁଁଛନ୍ତି। ତେବେ ପରେ ସେ ପ୍ରକାଶ କରିଥିଲେ ଯେ ସେ ଦୂରରେ ଥିବାବେଳେ ତାଙ୍କୁ ଲିଙ୍ଗ ପୁନଃ ନିର୍ମାଣ ଅସ୍ତ୍ରୋପଚାର କରାଯାଇଥିଲା। ଏବେ ସବୁ କଥା ଜଣାପଡ଼ିବା ପରେ ସେ ସ୍ଵାମୀ ବିରାଜ ବର୍ଦ୍ଧନଙ୍କ ନାମରେ ଠକେଇ ଏବଂ ଅପ୍ରାକୃତିକ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି । ସେ ତାଙ୍କ ଶାଶୁଘରର ଅନ୍ୟ ସଦସ୍ୟଙ୍କ ବିରୋଧରେ ବି ଏତଲା ଦେଇଛନ୍ତି।

ମହିଳାଜଣକ ପୋଲିସକୁ କହିଛନ୍ତି , ବିରାଜ ତାଙ୍କ ଲିଙ୍ଗ ଲୁଚାଇବା ସହ ତାଙ୍କୁ ଅପ୍ରାକୃତିକ ଯୌନକ୍ରିୟା ପାଇଁ ବାଧ୍ୟ କରୁଥିଲେ । ବିରାଜଙ୍କ ପରିବାର ସଦସ୍ୟମାନେ ମଧ୍ୟ ତାଙ୍କ ଲିଙ୍ଗ ପରିବର୍ତ୍ତନ ସଂପର୍କରେ ସବୁ କଥା ଲୁଚାଇଥିଲେ । ବିରାଜ ସ୍ଵାଭାବିକ ଭାବେ ଶାରୀରିକ ସମ୍ପର୍କ ସ୍ଥାପନ କରିବାରେ ଅକ୍ଷମ ଥିବାରୁ ବିଭିନ୍ନ ବାହାନାରେ ଏହାକୁ ଏଡ଼ାଇ ଯାଉଥିଲେ । ସେ ବାରମ୍ବାର କହୁଥିଲେ ଯେ କିଛି ବର୍ଷ ପୂର୍ବେ ରୁଦ୍ଧରେ ଥିବାବେଳେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି କାରଣରୁ ସେ ସମ୍ଭୋଗ ପାଇଁ ଅସମର୍ଥ ବୋଲି କହୁଥିଲେ । ଏବେ ସବୁ କଥା ସାମ୍ନାକୁ ଆସିବା ପରେ ଉକ୍ତ ମହିଳାଙ୍କ ଏତଲାକ୍ରମେ ଗୋଟି ପୁଲିସ ଲିଙ୍ଗ ପରିବର୍ତ୍ତନ କରିଥିବା ବିରାଜ ବର୍ଦ୍ଧନଙ୍କୁ ଦିଲ୍ଲୀରୁ ଗିରଫ କରି ଇଦୋଦରା ଆଣିଛି ।

Get real time updates directly on you device, subscribe now.