fbpx

ଆଜି ପୁଣି ବଢିଲା ତୈଳ ଦର, ରାଜସ୍ଥାନରେ ୧୦୪ରେ ପହଂଚିଲା ପେଟ୍ରୋଲ ଦାମ, ଜାଣନ୍ତୁ ଭୁବନେଶ୍ୱରର ରେଟ୍

ନୂଆଦିଲ୍ଲୀ ୨୧ ।୦୫: ପାଂଚ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରଠୁ ପେଟ୍ରୋଲ-ଡିଜେଲ୍ ଦର କ୍ରମାଗତ ବଢିବାରେ ଲାଗିଛି । ତୈଳ ଦରରୁ ଆଜି ବି ଆଶ୍ୱସ୍ତି ମିଳିନାହିଁ । ଶୁକ୍ରବାର ସରକାରୀ ତୈଳ କମ୍ପାନୀ ପେଟ୍ରୋଲ-ଡିଜେଲ୍ ଦାମରେ ଲିଟର ପ୍ରତି ୧୫ ରୁ ୩୧ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା ପରେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କାରେ ପହଁଚିଛି । ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରର ଅନେକ ସହରରେ ତୈଳ ଦର ୧୦୦ ଅତିକ୍ରମ କରିଛି ।

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୯ ପଇସା ମହଙ୍ଗା ହୋଇ ୯୩.୭୫ ଟଙ୍କାରେ ବିକ୍ରି ହେଉଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ୯୩ ଟଙ୍କା ଉପରେ ରହିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କାରେ ପହଁଚିଛି । କେବଳ ମେ ମାସରେ ଭୁବନେଶ୍ୱରରେ ପେଟ୍ରୋଲ ୨.୫୦ ଟଙ୍କା ଓ ଡିଜେଲ୍ ୩ ଟଙ୍କା ଲିଟର ପ୍ରତି ମହଙ୍ଗା ହୋଇଛି । ସେହିପରି ଦିଲ୍ଲୀରେ ମେ ମାସରେ ଡିଜେଲ ୨.୬୯ ଟଙ୍କା ଏବଂ ଡିଜେଲ ୩.୦୭ ଟଙ୍କା ଲିଟର ପିଛା ମହଙ୍ଗା ଘଟିଛି । କୋଲକାତାରେ ଲିଟର ପିଛା ପେଟ୍ରୋଲ ୯୩.୧୧ ଟଙ୍କା ଏବଂ ଡିଜେଲ୍ ଲିଟର ପ୍ରତି ୮୬.୬୪ ଟଙ୍କାରେ ପହଂଚିଛି । ଚେନ୍ନାଇରେ ପେଟ୍ରୋଲ ୯୪.୭୧ ଏବଂ ଡିଜେଲ ଲିଟର ପ୍ରତି ୮୮.୬୨ ଟଙ୍କା ରହିଛି ।

ପ୍ରତି ଦିନ ସକାଳେ ସ୍ଥିର ହୁଏ ତୈଳ ଦର

ବିଦେଶୀ ମୁଦ୍ରା ଦର ସହିତ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଆଧାରରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦାମରେ ପରିବର୍ତନ କରାଯାଏ । ତୈଳ ବିପଣନକାରୀ କମ୍ପାନୀ ତୈଳ ଦର ସମୀକ୍ଷା କରିବା ପରେ ପ୍ରତ୍ୟେକ ଦିନ ପେଟ୍ରୋଲ ଓ ଡିଜେଲ୍ ଦାମ ନିର୍ଦ୍ଧାରଣ କରନ୍ତି । ଇଣ୍ଡିଆନ ଓଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ସଂଶୋଧିତ ରେଟ୍ ଜାରି କରନ୍ତି ।

Get real time updates directly on you device, subscribe now.