ରାଜ୍ୟର ଏହି ଜିଲ୍ଲାରେ ତୈଳ ଦର ୧୦୦ ଟପିଲା, ଜାଣନ୍ତୁ କେଉଁଠି
ମାଲକାନଗିରି ଜିଲ୍ଲାରେ ସ୍ପିଡ୍ ପେଟ୍ରୋଲ ଦର ୧୦୦କୁ ଛୁଇଁଛି । ଜିଲ୍ଲାର କାଲିମେଳାରେ ତୈଳ ଦର ସର୍ବାଧିକ ମୂଲ୍ୟ ୯୭.୧୪ ଟଙ୍କା ରହିଥିବା ଜଣାପଡ଼ିଛି ।
ମାଲକାନଗିରି, ୨୩ା୨ (ଓଡିଶା ଭାସ୍କର): କ୍ରମାଗତ ୧୨ ଦିନ ଧରି ତୈଳ ଦର ବୃଦ୍ଧି ଘଟିବା ପରେ ଦୁଇ ଦିନ ପାଇଁ ଦର ଅପରିବର୍ତ୍ତିତ ରହିଥିଲା ।
ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଥିବା ଦେଖାଯାଇଛି ।
ମାଲକାନଗିରି ଜିଲ୍ଲାରେ ସ୍ପିଡ୍ ପେଟ୍ରୋଲ ଦର ୧୦୦କୁ ଛୁଇଁଛି । ଜିଲ୍ଲାର କାଲିମେଳାରେ ତୈଳ ଦର ସର୍ବାଧିକ ମୂଲ୍ୟ ୯୭.୧୪ ଟଙ୍କା ରହିଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଦଳ ୯୬ ଟଙ୍କାରୁ ଅଧିକ ରହିଛି । ମାଓ ଅଧ୍ୟୁଷିତ ଅଞ୍ଚଳରେ ସ୍ପିଡ୍ ପେଟ୍ରୋଲ ୧୦୦ ଟପିଛି ।
ଯୋଡ଼ାରେ ପେଟ୍ରୋଲ ଲିଟର ୯୩ ଟଙ୍କା ଓ ଡିଜେଲ ଲିଟର ୯୦ ଟଙ୍କାରୁ ଅଧିକ ରହିଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୪୩ ପଇସା ବୃଦ୍ଧି ପାଇଛି ।
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୧.୬୪ ଟଙ୍କା ଓ ଡିଜେଲ ଲିଟର ୮୮.୬୬ ଟଙ୍କା ରହିଛି ।
ଦିଲ୍ଲୀରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୩୫ ପଇସା ବୃଦ୍ଧି ପାଇଛି ।
ଦିଲ୍ଲୀରେ ୧୫ ଦିନ ମଧ୍ୟରେ ତୈଳ ଦର ୩ ଟଙ୍କା ୯୮ ପଇସା ବଢ଼ିଥିବା ଜଣାପଡ଼ିଛି ।