fbpx

ଭାରତରେ ବ୍ୟବହାର ପାଇଁ ଡିସିଜିଆଇଙ୍କ ଅନୁମତି ଲୋଡ଼ିଲା ଫାଇଜର

Advertisement

ନୂଆଦିଲ୍ଲୀ, ୬ା୧୨ (ଓଡିଶା ଭାସ୍କର): ଭାରତରେ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଫାଇଜର କମ୍ପାନୀ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ଙ୍କ ପାଖରେ ବିଧିବଦ୍ଧ ଆବେଦନ କରିଛି । ଫାଇଜର ଏକ ଆମେରିକୀୟ କମ୍ପାନୀ ହୋଇଥିଲେ ହେଁ ଫାଇଜର ଇଣ୍ଡିଆ ଶାଖା ପକ୍ଷରୁ ଏହି ଆବେଦନ କରାଯାଇଛି । ଏହାଛଡ଼ା କମ୍ପାନୀ ପକ୍ଷରୁ ନୈଦାନିକ ପରୀକ୍ଷଣ ବି ଛାଡ଼ କରିବାକୁ ଅନୁରୋଧ କରାଯାଇଛି । । ସୂଚନାଯୋଗ୍ୟ ଯେ, ଫାଇଜର ଇଣ୍ଡିଆ ପକ୍ଷରୁ ଏହି ଟିକା ପ୍ରସ୍ତୁତ କରାଯାଇଛି । ଇଂଲଣ୍ଡ ଓ ବାହାରିନରେ ଏ ପ୍ରକାର ଅନୁମତି ମିଳିସାରିଛି । ଫାଇଜର ଟିକା ୯୦ ପ୍ରତିଶତରୁ ଅଧିକ ସଫଳ ହେଉଥିବା ଦାବି କରାଯାଉଛି ।

Get real time updates directly on you device, subscribe now.