fbpx

Gold Medal ଲକ୍ଷ୍ୟରେ ଫୋଗାଟ୍… କୁସ୍ତି ଫାଇନାଲରେ ପହଞ୍ଚିଲେ ବିନେଶ: ସେମିରେ ଐତିହାସିକ ବିଜୟ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର କୁସ୍ତି ପ୍ରତିଯୋଗିତାରେ କମାଲ କରିଛି ଭାରତ । ଦେଶର ସୁନା ଝିଅ ହୋଇ ଗୌରବ ଆଣିଛନ୍ତି କୁସ୍ତି ଯୋଦ୍ଧା ବିନେଶ ଫୋଗାଟ୍ । ପ୍ୟାରିସ ଅଲିମ୍ପିକ୍ସର ମହିଳା ୫୦ କେ.ଜି ଫ୍ରିଷ୍ଟାଇଲ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି ବିନେଶ ଫୋଗାଟ୍ । ସେମି ଫାଇନାଲରେ ଏକ ଐତିହାସିକ ବିଜୟ ହାସଲ କରି ସେ ଫାଇନାଲ ଟିକେଟ ହାସଲ କରିଛନ୍ତି । ଭାରତର ପ୍ରଥମ ମହିଳା କୁସ୍ତି ଯୋଦ୍ଧା ଭାବରେ ଫୋଗାଟ ଏହି ସ୍ଥାନରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ବିନେଶଙ୍କ ପୂର୍ବରୁ ଅନ୍ୟ କୌଣସି ମହିଳା କୁସ୍ତି ଯୋଦ୍ଧା ଫାଇନାଲରେ ପ୍ରବେଶ କରିବାର ସୁଯୋଗ ପାଇ ନଥିଲେ । କ୍ୟୁବାର କୁସ୍ତିଯୋଦ୍ଧାଙ୍କୁ ୫-୦ରେ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଫୋଗାଟ । ବିନେଶ କ୍ୟୁବା ଉପରେ ଏକତରଫା ବିଜୟ ହାସଲ କରି ସେମି ଫାଇନାଲରେ ହାସଲ କରିଛନ୍ତ ଐତିହାସିକ ବିଜୟ । ତେବେ ବର୍ତ୍ତମାନ ଫୋଗାଟଙ୍କ ପାଖରେ ଭାରତ ପାଇଁ ଚଳିତବର୍ଷର ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିବାର ସୁଯୋଗ ରହିଛି ।

Get real time updates directly on you device, subscribe now.