fbpx
BSKY
BJD MC SKY
BJD YOUTH SKY

ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ଫୁଲବାଣୀ: ବ୍ରିଜ ଉପରେ ଚାଲୁଛି ଅଣ୍ଟାଏ ପାଣି

ଫୁଲବାଣୀ: ଲଗାଣ ବର୍ଷାରେ ବେହାଲ ହୋଇଛି ଫୁଲବାଣୀ ସହର । ଲଘୁଚାପ ଜନିତ ଲଗାଣ ବର୍ଷାପାଣି ଯୋଗୁଁ ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇପଡିଛି । ପ୍ରବଳ ପାଣିରେ ସାରା ଜିଲ୍ଲାର ଅଧିକାଂଶ ଅଞ୍ଚଳର ଅବସ୍ଥା ସଂକଟାପନ୍ନ ଥିବା ଦେଖାଦେଇଛି । ଅତ୍ୟଧିକ ପାଣି ଯୋଗୁଁ ସାଲୁଙ୍କି ନଦୀ ବ୍ରିଜ ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ।

ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଫଳରେ ଫୁଲବାଣୀ ସହରରେ ଦେଖିବାକୁ ମିଳିଛି ଶୋଚନୀୟ ପରିସ୍ଥିତି । ଫୁଲବାଣୀ ସହରର ବିଭିନ୍ନ ଅଞ୍ଚଳରେ ବର୍ଷାଜଳ ପ୍ରବାହିତ ହେବାରେ ଲାଗିଛି । ଅତ୍ୟଧିକ ବର୍ଷା ଯୋଗୁଁ ନିକଟସ୍ଥ ସାଲୁଙ୍କୀ ନଦୀ ବ୍ରିଜ ଉପରେ ୪ଫୁଟ ଉପରେ ପାଣି ଚାଲୁଥିବା ଦେଖାଯାଇଛି । ସେହିପରି ନିକଟସ୍ଥ ପ୍ରକୃତି ବିହାର ଏବଂ ମୁଖ୍ୟବଜାର ମ୍ୟୁନିସିପାଲଟି ରାସ୍ତାରେ ଆଣ୍ଠୁଏ ପାଣି । ନାରାୟଣୀ ମନ୍ଦିର ପାଖ ଶିଶୁପାର୍କର ପାଚେରୀ ମଧ୍ୟ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.