fbpx

(Video) ବାହାଘର ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ମୋର ବହୁତ ବଡ଼ ଭୁଲ୍ ଥିଲା: ଦୀପିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୩୦ ଦିନରୁ ଅଧିକ ସମୟ ଧରି ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ଖାଇବା, ପିଇବା ଭୁଲି ନିଜ ସନ୍ତାନର ପରିଚୟ ପାଇଁ ବର୍ଷା, କାକରରେ ପଡ଼ି ରହିଛନ୍ତି ଦୀପିକା । କିଛିଦିନ ପୂର୍ବରୁ ଦୀନେଶ ମିଡ଼ିଆ ସାମ୍ନାକୁ ଆସିଥିଲେ ହେଁ ସେ ଆଇନ ଅନୁଯାୟୀ ଚାଲୁଥିବା କହିଥିଲେ । ଗଣେଶ ପୂଜା ଅବସରରେ ଦୀପିକା ଦିନେଶଙ୍କ ଘର ଆଗରେ ପୂଜାର୍ଚ୍ଚନା କରିଥିଲେ ।

ତେବେ ଏହା ମଧ୍ୟରେ ନ୍ୟାୟ ପାଇଁ ଲଢ଼େଇ କରୁଥିବା ଦୀପିକା ନିଜର ଭୁଲ୍ ସ୍ୱୀକାର କରିଛନ୍ତି । ସେ କହିଛନ୍ତି- ବାହାଘର ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ମୋର ସବୁଠାରୁ ବଡ଼ ଭୁଲ୍ ଥିଲା । ଏଥିପାଇଁ ମୋତେ ସାରା ଜୀବନ ଭୋଗିବାକୁ ପଡ଼ିବ । ମୋ ଜୀବନ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ଯେହେତୁ ଡିଏନଏ ରିପୋର୍ଟ ପଜିଟିଭ୍ ଆସିଛି, ତେଣୁ ମୋର ଛୁଆକୁ ତା’ର ବାପାର ପରିଚୟ ମିଳିଯିବ ।

ମୁଁ ଯେଉଁ ଭୁଲ୍ କରିଛି ତାହା ଆଉ ଫେରି ଆସିବନି । ସେଇ ଭୁଲର ପରିଣାମ ମୁଁ ଆଜି ଭୋଗ କରୁଛି । ମୋର ସାରା ଜୀବନ ଅନ୍ଧାର ହୋଇ ରହିବ । କାରଣ ମୁଁ ଆଉ କାହାକୁ ବିବାହ କରିପାରିବି ନାହିଁ । ଯାହା ହେବାର ଥିବ ଦେଖାଯିବ । କିନ୍ତୁ ମୋ ଛୁଆକୁ ତା’ର ପରିଚୟ ମିଳୁ ଏହା ମୁଁ ଚାହୁଁଛି । ମୋ ଛୁଆର ଖୁସିରେ ହିଁ ମୁ ଖୁସି ହେବି ।

Get real time updates directly on you device, subscribe now.