ନୂଆଦିଲ୍ଲୀ: ପେରୁରେ ଏକ ଫୁଟବଲ ମ୍ୟାଚର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ମ୍ୟାଚ୍ ସମୟରେ ବଜ୍ରପାତ ଯୋଗୁଁ ଘଟଣାସ୍ଥଳରେ ଜଣେ ଫୁଟବଲ ଖେଳାଳିଙ୍କର ମୃତ୍ୟୁ ହୋଇଥିଲା । ପେରୁର ଦୁଇଟି କ୍ଲବ ଜୁଭେଣ୍ଟୁଡ ବେଲାଭିଷ୍ଟା ଏବଂ ଫାମିଲିୟା ଚୋକାଙ୍କ ମଧ୍ୟରେ ଏକ ମ୍ୟାଚ୍ ସମୟରେ ଏହି ହୃଦୟ ବିଦାରକ ଘଟଣା ଘଟିଥିଲା ।
ଏହି ମ୍ୟାଚ ହୁଆଙ୍କାୟୋରେ ଅନୁଷ୍ଠିତ ହୋଇଥିଲା । ଏହି ଦୁର୍ଘଟଣାରେ ଅନେକ ଖେଳାଳି ମଧ୍ୟ ଆହତ ହୋଇଛନ୍ତି ।
ପ୍ରବଳ ବର୍ଷା ମଧ୍ୟରେ ହଠାତ୍ ହୋଇଥିଲା ବଜ୍ରପାତ :-
ସୋସିଆଲ ମିଡିଆରେ ପୋଷ୍ଟ ଅନୁଯାୟୀ, ହଠାତ୍ ମ୍ୟାଚ୍ ସମୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା ହେତୁ ରେଫରି ଖେଳାଳିମାନଙ୍କୁ ପଡ଼ିଆ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଖେଳ ବନ୍ଦ କରିଦେଇଥିଲେ । ରେଫରି ରାତି ପ୍ରାୟ ୪ ଟାରେ ମ୍ୟାଚକୁ ବାତିଲ କରିଦେଇଥିଲେ । ଖେଳାଳିମାନେ ପଡ଼ିଆ ଛାଡୁଥିବା ବେଳେ ପ୍ରବଳ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ଜଣେ ଫୁଟବଲ ଖେଳାଳି ଆହତ ହୋଇଥିଲେ । ୩୯ ବର୍ଷିୟ ଫୁଟବଲ ଖେଳାଳି ଜୋସେ ହୁଗୋ ଡେ ଲା କ୍ରୁଜ ମେସା ବଜ୍ରପାତରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ବଜ୍ରପାତ ଯୋଗୁଁ ଅନ୍ୟ ଅନେକ ଖେଳାଳି ଆହତ ହୋଇଥିବା ଖବର ମଧ୍ୟ ରହିଛି । ଗୁରୁତର ଆହତ ହୋଇଥିବା ଅନେକ ଖେଳାଳିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବଜ୍ରପାତ ହେତୁ ପେରୁ ଖେଳାଳିଙ୍କ ମୃତ୍ୟୁର ଏହି ଦୁଃଖଦ ଘଟଣା ନଭେମ୍ବର ୨ ରେ ଘଟିଛି । ମୃତ ଖେଳାଳି ଜୋସେ ହୁଗୋ ଦେ ଲା କ୍ରୁଜ ମେସା ଦଳର ଡିଫେଣ୍ଡର ଥିଲେ । ଏରିକ୍ ଏଷ୍ଟେଭାନ୍ ସେଣ୍ଟ୍ କୁଏଲର, ଜୋସେପ୍ ଗୁସ୍ତାଭୋ ପ୍ୟାରିଓନା ଚୋକା ଏବଂ କ୍ରିଷ୍ଟିଆନ୍ ସେସର ପିଟୁଇ କାହୁନାଙ୍କ ପରି ଖେଳାଳିମାନେ ବିଦ୍ୟୁତ୍ ଆଘାତ ପାଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୋଲକିପର ଜୁଆନ ଚୋକା ଲାକ୍ଟାଙ୍କ ଅବସ୍ଥା ଗୁରୁତର ରହିଛି ।
In Peru, a soccer player died after being struck by lightning during a match
The tragedy occurred on November 3 during a match between clubs Juventud Bellavista and Familia Chocca, held in the Peruvian city of Huancayo.
During the game, a heavy downpour began and the referee… pic.twitter.com/yOqMUmkxaJ
— NEXTA (@nexta_tv) November 4, 2024