fbpx

ପ୍ରକାଶ ପାଇଲା +୨ କଳା ରେଜଲ୍ଟ, ୯୦% ଉପରକୁ ନମ୍ବର ରଖିଛନ୍ତି ୯୫ ଜଣ ପରୀକ୍ଷାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ଦିନର ଅପେକ୍ଷା ପରେ ଆଜି ପ୍ରକାଶ ପାଇଛି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ସିଏଚଏସଇ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି । ବିଧିବଦ୍ଧ ଭାବେ ରେଜଲ୍ଟ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଛାତ୍ରଛାତ୍ରୀମାନେ http://orissaresults.nic.in ଏହି ୱେସାଇଟରେ ନିଜର ରେଜଲ୍ଟ ଦେଖିପାରିବେ ।

ତେବେ କଳା ରେଗୁଲାରରେ ପାସ୍ ହାର ୯୮.୫୮ ପ୍ରତିଶତ ରହିଛି । ୧ ଲକ୍ଷ ୮୯ ହଜାର ୩୬୩ରୁ ପାସ୍ କରିଛନ୍ତି ୧ ଲକ୍ଷ ୮୬ ହଜାର ୬୮୫ ଜଣ । ରେଗୁଲାର ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ଜଣ ପାସ୍ କରିଛନ୍ତି । ରେଗୁଲାର ଦ୍ୱିତୀୟ ଶ୍ରେଣୀରେ ୪୬ ହଜାର ୧୦୧ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ଥାର୍ଡ କ୍ଲାସରେ ପାସ କରିଛନ୍ତି ୧୦ହଜାର ୭୪ ଛାତ୍ରଛାତ୍ରୀ ।  ୯୦% ଉପରକୁ ୯୫ ଜଣ ପରୀକ୍ଷାର୍ଥୀ ନମ୍ବର ରଖିଛନ୍ତି ।

ସେହିପରି ଏକ୍ସ-ରେଗୁଲାରରେ ୨୭ ହଜାର ୫୯୫ ଜଣ ଥିବା ବେଳେ ୭ହଜାର ୧୬୧ ଜଣ ପାସ୍ କରିଛନ୍ତି । ୨ହଜାର ୧୨୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୧୯୩ ଓ ୬ହଜାର ୭୨୬ ଛାତ୍ରଛାତ୍ରୀ ଥାର୍ଡ କ୍ଲାସରେ ପାସ କରିଛନ୍ତି । ଏକ୍ସ-ରେଗୁଲାରରେ ପାସ ହାର ରହିଛି ୨୬ ପ୍ରତିଶତ ।

ଧନ୍ଦାମୂଳକ ଶିକ୍ଷାରେ ୧୨ଶହ ୭୭ ଛାତ୍ରଛାତ୍ରୀ ଥିବା ବେଳେ ପାସ୍ କରିଛନ୍ତି ୪୫୨ ଜଣ । ପାସ୍ ହାର ରହିଛି ୩୫.୩୯ ପ୍ରତିଶତ । ପ୍ରଥମ ଶ୍ରେଣୀରେ ଜଣେ ପାସ୍ କରିଥିବା ବେଳେ ୮୪ ଜଣ ସେକେଣ୍ଡ ଡିଭିଜନ୍ ଓ ୧୬୭ ଜଣ ଥାର୍ଡ ଡିଭିଜନରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଯେଉଁମାନେ ଏହି ରେଜଲ୍ଟରେ ଅସନ୍ତୁଷ୍ଟ ଅଛନ୍ତି, ସେମାନେ ଆଉଥରେ ଅଫଲାଇନ୍ ମୋଡରେ ପରୀକ୍ଷା ଦେଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ଅଫଲାଇନ୍ ପରୀକ୍ଷା ସମ୍ବନ୍ଧରେ ସବିଶେଷ ବିଜ୍ଞପ୍ତି ଆସନ୍ତା ୨୧ ତାରିଖ ସୁଦ୍ଧା ପ୍ରକାଶ ପାଇବ ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.