fbpx
BSKY
BJD YOUTH SKY
BJD MS SKY

ଆଜି ବାହାରିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ, ୱେବସାଇଟ୍‌ରୁ ଫଳ ଜାଣିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌) :  ଆଜି ପ୍ରକାଶ ପାଇବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ  +୨ କଳା ପରୀକ୍ଷାଫଳ । ଏନେଇ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଅପରାହ୍ଣ ୪ଟାରେ +୨ କଳା ସହ ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇବ । ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପରିଷଦ ପକ୍ଷରୁ କୁହାଯାଇଛି । ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଫଳ ଉନ୍ମୋଚନ କରିବେ। ଏହାପରେ ବୋର୍ଡ ୱେବସାଇଟ୍ www.odisharesults.nic.inରେ ଛାତ୍ରାଛାତ୍ରୀ ନିଜର ଫଳ ଦେଖିପାରିବେ।

ସୂଚନା ମୁତାବିକ, କଳାରେ ୨ ଲକ୍ଷ୧୩ ହଜାର ୨୩୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ଧନ୍ଦାମୂଳକ ଶିକ୍ଷାରେ ୫ ହାଜର ୮୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

Get real time updates directly on you device, subscribe now.