fbpx

ବିଦାୟ ବର୍ଷର ଅନ୍ତିମ ମନ କୀ ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି

ନୂଆଦିଲ୍ଲୀ, ୨୭ା୧୨: ୨୦୨୦ ବର୍ଷକୁ ବିଦାୟ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ କୀ ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ବର୍ଷର ଶେଷ ତଥା ୭୨ତମ କାର୍ଯ୍ୟକ୍ରମରେ ନିଜର ହୃଦୟର ଭାଷା ସାଧାରଣଙ୍କ ଜନତାଙ୍କୁ ଶୁଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶବାସୀଙ୍କ ମଧ୍ୟରେ ‘ଆତ୍ମନିର୍ଭରଶୀଳତା’ ରୂପରେ ଏକ ନୂଆ ସାମର୍ଥ୍ୟ ସୃଷ୍ଟି ହୋଇଛି । ଦେଶରେ କୋଣ ଅନୁକୋଣରୁ ଅନେକ ନାଗରିକ ତାଙ୍କ ନିକଟକୁ ଅନେକ ଚିଠି ଲେଖିଛନ୍ତି । ଚିଠିରେ ସେମାନେ ଦେଶର ସାଧାରଣ ଜନତାଙ୍କ ସାମୁହିକ ଶକ୍ତି, ସାମର୍ଥ୍ୟର ଯଥେଷ୍ଟ ପ୍ରଶଂସା କରିଛନ୍ତି । ଯେତେବେଳେ ସମଗ୍ର ବିଶ୍ୱ କରୋନାରେ ଭୟଭୀତ ହୋଇ ରହିଥିଲା, ସେତେବେଳେ ଭାରତବାସୀ ଶଙ୍ଖ, ମୃଦଙ୍ଗର ଧ୍ୱନି ସହ ଏକଜୁଟ ହୋଇ ଏହି ମହାମାରୀ ବିପକ୍ଷରେ ଲଢ଼େଇ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷି ଆଇନକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି । ସେ କହିଥିଲେ ଯେ, କୃଷିରେ ଅନେକ ସଂସ୍କାର ଆସିବା ଫଳରେ ଦେଶର କୃଷକ ଭାଇମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କୃଷି ବିଷୟରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀଙ୍କୁ ଆଧୁନିକ କୃଷି ଯନ୍ତ୍ରପାତି ବିଷୟରେ ସେମାନଙ୍କର ଆଖପାଖ ଅଞ୍ଚଳର ଲୋକଙ୍କୁ ଅବଗତ କରାଇବାକୁ ଅନୁରୋଧ କରିଥିଲେ ।

ଏହି ଅବସରରେ କରୋନା ପ୍ରତି କୌଣସି ପ୍ରକାରେ ଅବହେଳା ନ କରି କରୋନା ବିରୁଦ୍ଧରେ ଦେଶବାସୀଙ୍କୁ ମିଳିମିଶି ଲଢ଼େଇ କରିବାକୁ ମୋଦି ଆହ୍ୱାନ ଦେଇଥିଲେ ।

Get real time updates directly on you device, subscribe now.