fbpx

ପିଏମ୍ କେୟାର ଫଣ୍ଡରୁ ମିଳୁଛି ଖରାପ ଭେଣ୍ଟିଲେଟର୍!

ମୁମ୍ବାଇ : କୋଭିଡ୍ ମହାମାରୀର ଦ୍ୱିତୀୟ ଲହରରେ ମହାରାଷ୍ଟ୍ରରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟରେ କୋଭିଡ୍ ବେଡ୍ ଏବଂ ଭେଣ୍ଟିଲେଟର୍ ର ଘୋର ଅଭାବ ଦେଖା ଦେଇଛି । ଏହା ଭିତରେ ରାଜ୍ୟ ଉଦ୍ୟୋଗ ମନ୍ତ୍ରୀ ସୁଭାଷ ଦେଶାଇ କେନ୍ଦ୍ର ସରକାରଙ୍କ ଉପରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ପିଏମ୍ କେୟାର ଫଣ୍ଡରୁ ମିଳିଥିବା ଭେଣ୍ଟିଲେଟର୍ ସବୁ ଗୁଡିକ ଖରାପ । ସେଥିମଧ୍ୟରୁ କୌଣସି ଭେଣ୍ଟିଲେଟର୍ କାମ କରୁନାହିଁ ।

ସେ ଏନେଇ ମତ ପ୍ରକାଶ କରି କହିଛନ୍ତି ଯେ, “କେନ୍ଦ୍ର ପକ୍ଷରୁ ଭେଣ୍ଟିଲେଟର୍ ଦିଆଯାଇଛି ସେଥିରେ କୌଣସି କଥା ନାହିଁ । ହେଲେ ଆମ କହିବା କଥା ହେଉଛି ଯଦି ଭେଣ୍ଟିଲେଟର୍ ଦେଉଛ ତେବେ ଭଲ ଭେଣ୍ଟିଲେଟର୍ ଦିଅନ୍ତୁ, ଯାହା ଚାଲୁଥିବ । ବନ୍ଦ ହୋଇ ପଡିଥିବା ଭେଣ୍ଟିଲେଟର୍ ନେଇ ଆମେ କଣ କରିବୁ ? ଯଦି ଏହାକୁ ଠିକ୍ ନ କରାଗଲା ତେବେ ଆମେ ଏହାକୁ ଖୁବ୍ ଶୀଘ୍ର ଫେରାଇ ଦେବୁ” । ସେ ଏହି ଭେଣ୍ଟିଲେଟର୍ ସମ୍ପର୍କରେ ସୁଚନା ଦେଇ କହିଛନ୍ତି ଯେ ପିଏମ୍ କେୟାର ଫଣ୍ଡ ଅଧୀନରେ ଔରଙ୍ଗାବାଦ୍ କୁ ମିଳିଥିବା ୧୮୫ ଭେଣ୍ଟିଲେଟର୍ ମଧ୍ୟରୁ ସବୁୁଗୁଡିକ ଖରାପ । ତେବେ ଏହାକୁ ତିଆରି କରିବାପାଇଁ ଟେକ୍ନିସିୟାନ୍ ଆସିଥିଲେ ହେଲେ ସେମାନେ ଅଧିକ ଟଙ୍କା ମାଗିଥିଲେ ଏବଂ ସେମାନେ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଭେଣ୍ଟିଲେଟର୍ ସବୁ ଠିକ୍ କାମ କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜିଲ୍ଲାରେ ୫୭୬ ଭେଣ୍ଟିଲେଟର୍ କାମ କରୁଥିବା ବେଳେ ପିଏମ୍ କେୟାର ଫଣ୍ଡରୁ ମିଳିଥିବା ୧୮୫ ଟି ଭେଣ୍ଟିଲେଟର ଖରାପ ରହିଛି । କିଣିବା ପରଠାରୁ ହିଁ ଏହା ଖରାପ ଥିବା ଜଣାପଡିଛି । ତେଣୁ ଯଦି ଏହାକୁ ଠିକ୍ କରା ନଯାଏ ତେବେ ଆମେ ଏହାକୁ ଫେରାଇ ଦେବୁ ।

Get real time updates directly on you device, subscribe now.