fbpx

ମୋଦୀ ସରକାର ଦେଲେ ଖୁସି ଖବର! ଜୁଲାଇରେ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା

ନୂଆଦିଲ୍ଲୀ: ଜୁଲାଇ ମାସରେ ଦେଶର ଲୋକମାନେ ଭଲ ଖବର ପାଇବାକୁ ଯାଉଛନ୍ତି । ତେବେ ଜୁଲାଇ ମାସରେ ୨୦୦୦ ଟଙ୍କା ଦେଶବାସୀଙ୍କ ଆକାଉଣ୍ଟକୁ ମୋଦୀ ସରକାର ପଠାଇବେ । ଏହି କାରଣରୁ ଦେଶର ଲୋକମାନେ ମଧ୍ୟ ବହୁତ ଆରାମ ପାଇବେ । ଏହି ୨୦୦୦ ଟଙ୍କା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହିତ ଜଡିତ ଥିବା ଲୋକଙ୍କୁ ମୋଦୀ ସରକାର ପଠାଇବେ । ଏହି ୨୦୦୦ ଟଙ୍କା ବିଏମ କିଷାନ ଯୋଜନାର ୧୪ ତମ କିସ୍ତି ଅଧୀନରେ ପଠାଯିବ ।

ପ୍ରଧାନମନ୍ତ୍ରୀ କିଷାନ ଯୋଜନା :-

ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧିର ୧୪ ତମ କିସ୍ତିର ତାରିଖ ଘୋଷଣା କରାଯାଇଛି । ଯୋଗ୍ୟ ଚାଷୀମାନେ ଶୀଘ୍ର କେନ୍ଦ୍ରରୁ ୨,୦୦୦ ଟଙ୍କା କିସ୍ତି ପାଇବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ କିଷାନ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ । ୨୭ ଫେବୃଆରୀରେ ପିଏମ କିଷାନ ଯୋଜନାର ୧୩ ତମ କିସ୍ତି ଜାରି ହୋଇଥିଲା । ବିଶେଷକରି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହେଉଛି ଚାଷୀମାନଙ୍କ ଏକ ଯୋଜନା । ଦେଶର ଚାଷୀମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

ପିଏମ କିଷାନର ୧୪ତମ କିସ୍ତି :-
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର କିସ୍ତି ମୋଦୀ ସରକାର ଜାରି କରିବେ । ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଅନୁଯାୟୀ, ସରକାର ୨୭ ଜୁଲାଇ ୨୦୨୩ ରେ ରାଜସ୍ଥାନର ସିକରରେ ୧୪ ତମ କିସ୍ତି ଜାରି କରିବେ । ଏହି ଯୋଜନା ଅଧୀନରେ ଯୋଗ୍ୟ ଚାଷୀମାନେ କିସ୍ତି ପିଛା ୨,୦୦୦ ଟଙ୍କା ବର୍ଷକୁ ତିନିଥର ଅର୍ଥାତ୍ ବାର୍ଷିକ ୬,୦୦୦ ଟଙ୍କା ପାଆନ୍ତି । ଏହି ପରିମାଣ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହୋଇଥାଏ ।

Get real time updates directly on you device, subscribe now.