କୃଷକଙ୍କ ପାଇଁ ଖୁସି ଖବର: ଶେଷ ହେବ ଅପେକ୍ଷା, ଶୀଘ୍ର ମିଳିବାକୁ ଯାଉଛି ପିଏମ୍ କିଷାନ ଯୋଜନା ଟଙ୍କା
୧୯ତମ କିସ୍ତି ଆସନ୍ତା ମାସରେ ମିଳିବ । ୯ କୋଟି ଲୋକଙ୍କୁ ୨୦ ହଜାର କୋଟି ଟଙ୍କା ବଣ୍ଟାଯିବ ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ କୃଷକଙ୍କୁ ମିଳିବାର ଥିବା ୧୯ତମ କିସ୍ତି ଟଙ୍କା ସେମାନଙ୍କ ଖାତାକୁ ଯିବ । ଫେବୃଅରୀ ୨୪ ତାରିଖରେ କୃଷକଙ୍କୁ ମିଳିବ ଟଙ୍କା ।
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୃଷକଙ୍କୁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କାରଣ ସେମାନଙ୍କୁ ଖୁବ୍ଶୀଘ୍ର ମିଳିବାକୁ ଯାଉଛି ପିଏମ କିଷାନ ଯୋଜନା ଟଙ୍କା ।
ଫେବୃଆରୀ ୨୪ରେ ବିବାହ କୃଷକଙ୍କ ଖାତାକୁ ଯିବ ଏହି ଟଙ୍କା । ଯୋଜନା ଅର୍ନ୍ତଗତ ୨୦୦୦ ଟଙ୍କା କୃଷକଙ୍କ ଖାତାକୁ ଯାଇଥାଏ । ଗତବର୍ଷ ଅକ୍ଟୋବର ୫ ତାରିଖରେ ୧୮ତମ କିସ୍ତି ଟଙ୍କା କୃଷକଙ୍କୁ ମିଳିସାରିଛି । ଆଉ ଏବେ ପୁଣି ଟଙ୍କା ମିଳିବାକୁ ଯାଉଛି । ଯୋଜନା ଜରିଆରେ ୯ କୋଟି କୃଷକଙ୍କ ଖାତାକୁ ୨୦୦୦୦ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଛି ।