fbpx

ଦୁଇଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, କ୍ୱାର୍ଡ ଦେଶ ସମୂହର ବୈଠକ ହେବେ ସାମିଲ

ନୂଆଦିଲ୍ଳୀ, : ଆଜିଠୁ  ଦୁଇ ଦିନ ଧରି ଜାପାନର ଟୋକିଓରେ କ୍ୱାର୍ଡ ଦେଶ ସମୂହର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାତିରେ ଜାପାନ ଗସ୍ତ କରିଛନ୍ତି । ଏହି ବୈଠକରେ ବିଶେଷ କରି ବିଭିନ୍ନ ଦେଶର ପ୍ରଗତି ନେଇ ସମୀକ୍ଷା କରାଯିବ । ଏହାସହ ହିନ୍ଦ୍‌-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା ହେବ ।

ଏନେଇ ମୋଦି ଟ୍ୱିଟ୍‌ କରି କହିଛନ୍ତି ଯେ, ଜାପାନ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରି ସେ ଟୋକିଓ ଯାଉଛନ୍ତି । ଏହି ଗସ୍ତବେଳେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଏକ ଦ୍ୱିାକ୍ଷିକ ବୈଠକରେ ଯୋଗ ଦେବେ । ଦୁଇ ନେତା ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବା ନେଇ ଆଲୋଚନା କରିବେ । ସେହିଭଳି ଭାରତ-ଜାପାନ ୧୪ତମ ଶିଖର ସମ୍ମିଳନୀରେ ମୋଦି ସାମିଲ ହୋଇ ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.