fbpx

‘ବିକଶିତ ଭାରତ ହେଉଛି ପ୍ରତି ଭାରତୀୟଙ୍କ ସ୍ୱପ୍ନ’, ନୀତି ଆୟୋଗ ବୈଠକରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନୀତି ଆୟୋଗର ପରିଚାଳନା ପରିଷଦ ବୈଠକର ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିକଶିତ ଭାରତ@2047 ମିଶନରେ ଫୋକସ କରିବା ଉପରେ ଦାବି କରି କହିଛନ୍ତି ଯେ, ଏହା ପ୍ରତି ଭାରତୀୟଙ୍କ ସ୍ୱପ୍ନ । ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟମାନେ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ, କାରଣ ସେ ସିଧାସଳଖ ଲୋକଙ୍କ ସହ ଜଡିତ ।

ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଆୟୋଜିତ ଏହି ମିଟିଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ଉପ ରାଜ୍ୟପାଳ, କେନ୍ଦ୍ରୀୟ ମନ୍ତ୍ରୀ ଏବଂ ନୀତି ଆୟୋଗର ସଦସ୍ୟ ଭାଗ ନେଇଛନ୍ତି । ବିରୋଧୀ ଦଳର ମୁଖ୍ୟମନ୍ତ୍ରୀମାନେ ମିଟିଙ୍ଗର ବୟକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନରେ କହିଛନ୍ତି ଯେ, ଏହା ଏକ ଦଶନ୍ଧିର ପରିବର୍ତ୍ତନ । ଟେକ୍ନୋଲୋଜିକାଲ, ଜିଓ-ପାଲିଟିକ୍ସ ପରିବର୍ତ୍ତନ ହେଉଛି । ଏହି ସୁଯୋଗଗୁଡିକ ପାଇବା ପାଇଁ ଭାରତକୁ ଆନ୍ତର୍ଜାତୀୟ ପୁଞ୍ଜି ବିନିଯୋଗ ପାଇଁ ନୀତି ପ୍ରସ୍ତୁତ କରିବାକୁ ପଡିବ । ଏହା ଭାରତକୁ ବିକଶିତ କରିବା ଦିଗରେ ପ୍ରୋତ୍ସାହିତ ପଦକ୍ଷେପ । ସେ କହିଛନ୍ତି ଯେ, ଆମେ ଠିକ ଦିଗରେ ଗତି କରୁଛୁ । ଆମେ ୧୦୦ ବର୍ଷରେ ଥରେ ଆସିଥିବା ମହାମାରୀକୁ ପରାସ୍ତ କରିଛୁ । ଆମ ଲୋକମାନେ ଉତ୍ସାହ ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ । ଆମେ ନିଜର ବିକଶିତ ଭାରତ@2047ର ସ୍ୱପ୍ନକୁ ସମସ୍ତ ରାଜ୍ୟର ପ୍ରୟାସ ସହ ପୂରା କରିପାରିବୁ । ବିକଶିତ ରାଜ୍ୟ ହିଁ ବିକଶିତ ଭାରତ ନିର୍ମାଣ କରିବ ।

Get real time updates directly on you device, subscribe now.