ଦେଶକୁ ବଡ଼ ଉପହାର, ୩ ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଦେଶକୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି 3ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି ।
ବାଙ୍ଗାଲୁରୁ: ଦେଶକୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି 3ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ସବୁଜ ପତାକା ଦେଖାଇ ମୋଦୀ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବେଙ୍ଗାଲୁରୁର କେଏସଆର ରେଳ ଷ୍ଟେସନରେ ୩ଟି ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଛନ୍ତି।
ଏଗି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲରୁ ମେଟ୍ରୋ ପ୍ରକଳ୍ପର ୟେଲୋ ଲାଇନ(ହଳଦିଆ ରେଖା)ର ବି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ପ୍ରଧାନମନ୍ତ୍ରୀ ଆରଭି ରୋଡ(ରଗିଗୁଡ଼ା)ରୁ ଇଲେକଟ୍ରୋନିକ ସିଟି ମେଟ୍ରୋ ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋରେ ଯାତ୍ରା କରିବେ। ସହର ସଂଯୋଗୀକରଣ ସହିତ ଜଡ଼ିତ ଅନେକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ବି କରିବେ ପ୍ରଧାନମନ୍ତ୍ରୀ।
ବେଙ୍ଗାଲୁରୁ ୟେଲୋ ଲାଇନ ମେଟ୍ରୋର ବିଶେଷ୍ବତ
19.15 କିଲୋମିଟର ଲମ୍ବ ୟେଲୋ ଲାଇନରେ 16ଟି ଷ୍ଟେସନ ଅଛି, ଯେଉଁଥିରେ RV ରୋଡ୍, ରାଗି ଗୁଡ୍ଡା, ଜୟଦେବ ହସ୍ପିଟାଲ, BTM ଲେଆଉଟ୍, ସେଣ୍ଟ୍ରାଲ୍ ସିଲ୍କ ବୋର୍ଡ, ବୋମାନା ହାଲ୍ଲି, ହୋଙ୍ଗରା ସାଣ୍ଡ୍ରା, କୁଡଲୁ ଗେଟ୍, ସିଙ୍ଗା ସାଣ୍ଡ୍ରା, ହୋସା ରୋଡ୍, ବେରେଟେନା ଅଗ୍ରହାରା, ଇଲେକ୍ଟ୍ରୋନିକ୍ ସିଟି, ଇନଫ୍ଲୋସିସ୍ ଫାଉଣ୍ଡେସନ୍ କୋନାପ୍ପାନା ଅଗ୍ରହାରା, ହୁସ୍କୁର ରୋଡ୍, ହେବ୍ବା ଗୋଦୀ ଏବଂ ବୋମାସାଣ୍ଡ୍ରା ଅନ୍ତର୍ଭୁକ୍ତ।