fbpx

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଫ୍ୟାନମାନଙ୍କର ନିଆରା ପ୍ରୟାସ: ୭,୨୦୦ ହୀରାରେ ପ୍ରସ୍ତୁତ ହେଲା ପ୍ରଧାନମନ୍ତ୍ରୀଙ୍କ ଚିତ୍ର

Advertisement

ନୂଆଦିଲ୍ଲୀ : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଚଳିତ ମାସ ପାଳନ ହେବ । ଏହାକୁ ନେଇ ତାଙ୍କ ସମର୍ଥକ ଏବଂ ତାଙ୍କ ପ୍ରଶଂସକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଆସନ୍ତା ୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ୭୩ ତମ ଜନ୍ମଦିନ ପାଳନ କରିବେ । ଭାରତୀୟ ଜନତା ପାର୍ଟିର ନେତାମାନଙ୍କ ଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକମାନେ ଜନ୍ମ ଦିନକୁ ଖାସ କରିବା ପାଇଁ କାମରେ ଲାଗିଛନ୍ତି । ତେବେ ସେଥି ମଧ୍ୟରୁ ଗୁଜୁରାଟ ସୁରତର ଜଣେ ବ୍ୟକ୍ତି ମୋଦୀଙ୍କ ଫ୍ୟାନ । ଯିଏ ପ୍ରଧାନ ମନ୍ତ୍ରୀଙ୍କ ଫଟୋକୁ ହୀରାରେ ପ୍ରସ୍ତୁତ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ହୀରାରେ ପ୍ରସ୍ତୁତ କରୁଥିବା ବ୍ୟକ୍ତି ହେଉଛନ୍ତି ବିପୁଲ ଜେପି ୱାଲା । ସେ ସୁରତର ଜଣେ ଆର୍କିଟେକ ଇଞ୍ଜିନିୟର । ସେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଗୋଟିଏ କିମ୍ବା ଦୁଇଟି ନୁହେଁ ୭,୨୦୦ ହୀରାରେ ପ୍ରସ୍ତୁତ କରିଛନ୍ତି । ଏହି ଫଟୋକୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଉପହାର ଦେବା ପାଇଁ ବିପୁଲ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନ ଅବସରରେ ଅନେକ ମୂଲ୍ୟବାନ ଉପହାର ମିଳିବ । ଏହି ଉପହାରକୁ ନିଲାମ କରାଯିବା ପରେ ଏଥିରୁ ଯେଉଁ ଅର୍ଥ ମିଳିବ ତାହାକୁ ପରୋପକାର କାମରେ ଲଗାଯିବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
ପ୍ରଧାମନ୍ତ୍ରୀଙ୍କ ଜନ୍ମଦିନରେ ବିଜେପି ସାରା ଦେଶରେ ଅଭିଯାନ କରିବା ପାଇଁ ଯୋଜନା କରିଛି । ବିଜେପି ସାରା ଦେଶରେ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମର ଆୟୋଜନ କରିବ । ଏହି କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବରୁ ଆରମ୍ଭ ହୋଇ ୨ ଅକ୍ଟେବର ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ଶେଷ ହେବ । ଗତ ବର୍ଷ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନାମ୍ବିବିଆରୁ ଅଣାଯାଇଥିବା ଚିତାକୁ କୁନୋ ଜଙ୍ଗଲରେ ଛାଡିଥିଲେ ।

Get real time updates directly on you device, subscribe now.