(Video) ‘ଏହା ଦିବ୍ୟ ସଂଯୋଗ’, ରାମ ସେତୁର ଦର୍ଶନ କରି ଭିଡିଓ ସେୟାର କଲେ ପିଏମ ମୋଦୀ

ପ୍ରଧାନମନ୍ତ୍ରୀ ରାମ ସେତୁର ଦର୍ଶନ କଲେ, ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଶ୍ରୀଲଙ୍କାରୁ ରାମେଶ୍ୱର ଫେରିବା ସମୟରେ ରାମ ସେତୁକୁ ଦେଖିଛନ୍ତି। ଏହାକୁ ସେ ନିଜ ଜୀବନର ସୌଭାଗ୍ୟପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି।

ପିଏମ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ, ଏହି ଦର୍ଶନ ଅଯୋଧ୍ୟାରେ ଚାଲିଥିବା ରାମଲଲାଙ୍କ ସୂର୍ଯ୍ୟ ତିଲକ ସହ ଏକ ଦୈବିକ ସଂଯୋଗ ଭାବେ ହୋଇଛି।

ସେ ଆହୁରି ଲେଖିଛନ୍ତି ଯେ, ଅଳ୍ପ ସମୟ ପୂର୍ବରୁ ଶ୍ରୀଲଙ୍କାରୁ ଫେରିବା ସମୟରେ ମୋତେ ରାମ ସେତୁର ଦର୍ଶନ କରିବାର ସୌଭାଗ୍ୟ ମିଳିଲା ଏବଂ ଏକ ଦୈବିକ ସଂଯୋଗ ଭାବେ, ଏହି ସେହି ସମୟରେ ଘଟିଛି, ଯେତେବେଳେ ଅଯୋଧ୍ୟାରେ ସୂର୍ଯ୍ୟ ତିଳକ ହେଉଥିଲା।

ଦୁଇଟି ଦର୍ଶନ ପାଇ ମୁଁ ଧନ୍ୟ ହୋଇଗଲି। ପ୍ରଭୁ ଶ୍ରୀ ରାମ ଆମ ସମସ୍ତଙ୍କୁ ଯୋଡ଼ିବାର ଶକ୍ତି ଅଟନ୍ତି। ତାଙ୍କ ଆଶୀର୍ବାଦ ସର୍ବଦା ଆମ ଉପରେ ରହିବ।