ନୂଆଦିଲ୍ଲୀ: ଦୁଇ ଦିନିଆ ଗସ୍ତରେ କୁଏତ ଯାଇଛନ୍ତି ପିଏମ ମୋଦୀ। ତେବେ କୁଏତରେ ଭାରତୀୟ ଶ୍ରମିକଙ୍କ ସହ ପ୍ରଧାନମନ୍ତ୍ରୀ ଅଲୋଚନା କରିଛନ୍ତି। ସେହି କ୍ୟାମ୍ପରେ ଜଣେ ଗଞ୍ଜାମ ଖଲ୍ଲିକୋଟ ଯୁବକଙ୍କ ସହ କଥା ହେଲେ ପିଏମ ମୋଦୀ। ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ନେଇ ପିଏମ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏହି ଓଡ଼ିଆ ଯୁବକ। ପିଏମ ମୋଦୀ କହିଛନ୍ତି, ‘ଓଡ଼ିଶା ବିଶ୍ୱ ଆଗରେ ଐତିହ୍ୟ ଓ ସଂସ୍କୃତି ଦେଖାଇବାର ସୁଯୋଗ ପାଇବ।’ ଏଥିସହ ଶେଷରେ ଯୁବକଙ୍କୁ ଜୟ ଜଗନ୍ନାଥ କହି ଧନ୍ୟବାଦ ଜଣାଇଲେ ପିଏମ ମୋଦୀ।
ତେବେ ଗତକାଲି ପିଏମ ମୋଦୀ କୁଏତରେ ପହଞ୍ଚି ଦୁଇ ଜଣ ପ୍ରଖ୍ୟାତ ବ୍ୟକ୍ତିତ୍ୱ ଅବଦୁଲ୍ଲା ଅଲ ବରୌନ ଏବଂ ଅବଦୁଲ ଲତୀଫ ଅଲ ନେସେଫଙ୍କୁ ଭେଟିଛନ୍ତି । ଭାରତର ପୌରାଣିକ କାହାଣୀ ତଥା ଇତିହାସର ପରିଚୟ ରାମାୟଣ ଏବଂ ମହାଭାରତକୁ ଆରବୀ ଭାଷାରେ ରଚନା କରିଥିବା ୨ ଜଣ ପ୍ରକାଶକଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତ-କୁୱେତ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ଗସ୍ତ କରିଥିବା ବେଳେ ମୋଦୀ ଏହି ଦୁଇ ପ୍ରକାଶକଙ୍କୁ ଭେଟିଛନ୍ତି । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ସାଂସ୍କୃତିକ ଆଲୋଚନା ଉପରେ ଆଲୋକପାତ କରାଯାଇଛି ।