fbpx

୧୫ରେ ଉଜ୍‌ବେକିସ୍ତାନ ଯିବେ ମୋଦୀ;ସାଂଘାଇ ସହଯୋଗ ସଂଗଠନରେ ଦେବେ ଯୋଗ

 ନୂଆଦିଲ୍ଲୀ : ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୫ ଓ ୧୬ ତାରିଖରେ ଦୁଇଦିନିଆ ଉଜ୍‌ବେକିସ୍ତାନ ଗସ୍ତରେ ଯିବେ । ଏହି ଅବସରରେ ସେ ସାଂଘାଇ ସହଯୋଗ ସଂଗଠନ ( ଏସ୍‌ସିଓ ) ବୈଠକରେ ଭାଗନେବେ । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଚଳିତ ଏସ୍‌ସିଓ ସମିଶ୍ର ଏଜେଣ୍ଡା ଆଞ୍ଚଳିକ ଶାନ୍ତି , ମହିଳା ସଶସ୍ତୀକରଣ , ଗରିବ ଏବଂ ଖାଦ୍ୟ ସୁରକ୍ଷା ହେବାର ସମ୍ଭାବନା ରହିଛି ।

ଏହି ସମିଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ , ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ମଧ୍ୟ ଭାଗନେବେ । ବୈଠକ ଦୁଇଦିନ ଧରି ଉଜ୍‌ବେକିସ୍ତାନ ରାଜଧାନୀ ସମରକନ୍ଦରେ ଆୟୋଜିତ ହେବ । ଏସ୍‌ସିଓ ମୋଟ ୮ ସଦସ୍ୟ ଦେଶଙ୍କୁ ନେଇ ଗଠିତ , ଯେଉଁଥରେ ଭାରତ , ପାକିସ୍ତାନ , ରୁଷ , ଚୀନ୍ , କିର୍ଗିଜସ୍ତାନ , କାଜାଖସ୍ତାନ, ଉଜ୍‌ବେକିସ୍ତାନ ଓ ତାଜିକସ୍ତାନ ରହିଛନ୍ତି । ଇରାନ ଓ ବେଲୁରୁଷ ଏଥିରେ ସାମିଲ ହେବାର ସମ୍ଭାବନା ରହିଛି । ଏସ୍‌ସିଓର ଏହି ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ଏହା ପୂର୍ବରୁ କିରଗିଜସ୍ତାନରେ ୨୦୨୯ ଜୁନରେ ହୋଇଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡ଼ିଓ କନଫରେନ୍ସ ରେ  ଯୋଗ ଦେଇଥିଲେ ।

Get real time updates directly on you device, subscribe now.