fbpx
BJD SKY
BJD SKY

ଜ୍ଞାନବ୍ୟାପି ଧର୍ମପିଠ ମାମଲାରେ ହିନ୍ଦୁଙ୍କ ସପକ୍ଷରେ ନିଷ୍ପତ୍ତି…

BJD

ବାରଣାସୀ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବ୍ୟାପି ଧର୍ମପୀଠ ମାମଲାରେ ହିନ୍ଦୁ ପକ୍ଷରେ ଆବେଦନ ଗ୍ରହଣ କଲେ ବାରଣାସୀ କୋର୍ଟ । ହିନ୍ଦୁ ପକ୍ଷଙ୍କ ଆବେଦନ ଗ୍ରହଣ କରି ଶୁଣାଣି ଅନୁମତି ଦେବା ସହ ମୁସଲମାନ ପକ୍ଷଙ୍କ ଆବେଦନକୁ ଅଗ୍ରାହ୍ୟ କଲେ କୋର୍ଟ । ତେବେ ପରବର୍ତ୍ତି ଶୁଣାଣି ପାଇଁ ସେପ୍ଟେମ୍ବର ୨୨ ଦିନ ଧାର୍ଯ୍ୟ କରାଯାଇଛି ।

ବାରାଣାସୀର ଶୃଙ୍ଗାର ଗୌରୀ ଜ୍ଞାନ ବ୍ୟାପି ମସଜିଦ ମାମଲାରେ ସୋମବାର ଜିଲ୍ଲା ଜଜ୍ ଅଜୟ କୃଷ୍ଣ ବିଶ୍ୱେଶଙ୍କ କୋର୍ଟ ଏକ ବଡ଼ ରାୟ ଦେଇଛନ୍ତି । ଶୃଙ୍ଗାର ଗୌରୀରେ ପୂଜାପାଠ କରିବାର ଅଧିକାର ପାଇଁ ଦାଖଲ ହୋଇଥିବା ଆବେଦନକୁ କୋର୍ଟ ଶୁଣାଣି ଯୋଗ୍ୟ ବୋଲି ବିବେଚନା କରିଛନ୍ତି । ହିନ୍ଦୁ ଦଳ ପକ୍ଷରୁ ଜ୍ଞାନବ୍ୟାପି ପରିସଦରେ ଅବସ୍ଥିତ ଶୃଙ୍ଗାର ଗୌରୀ ସମେତ ଅନ୍ୟ ଧାର୍ମିକ ସ୍ଥାନରେ ନିୟମିତ ପୂଜାପାଠ କରିବାକୁ ଅନୁମତି ମାଗିଥିଲେ। ଏଥି ସହିତ ମୁସଲିମ ପକ୍ଷ ଏହି ମାମଲାକୁ ଖାରଜ କରିବାକୁ ଦାବି କରି କୋର୍ଟରେ ଏହାର ରକ୍ଷଣାବେକ୍ଷଣଯୋଗ୍ୟ ନୁହେଁ ବୋଲି ଯୁକ୍ତି ବାଢିଥିଲେ ।

ତେବେ ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ସିଭିଲ୍ ପ୍ରୋସେସ୍ କୋଡ୍ ଅର୍ଡର ୦୭ ନିୟମ ୧୧ ଅନୁଯାୟୀ ଏହି ମାମଲାର ଶୁଣାଣି ହୋଇପାରିବ। ତେବେ ଏହି ମାମଲାକୁ ନେଇ ପରବର୍ତ୍ତି ଶୁଣାଣି ପାଇଁ ସେପ୍ଟେମ୍ବର ୨୨ ଦିନ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.