fbpx

ମହାତ୍ମା ଗାନ୍ଧି ଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ଦେଶବ୍ୟାପୀ ଖୁବ୍ ଧୁମଧାମରେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଗାନ୍ଧିଙ୍କ ଜୀବନ ଓ ଆଦର୍ଶ ପ୍ରତ୍ୟେକ ପିଢ଼ିଙ୍କୁ ପ୍ରେରଣା ଯୋଗାଉ ଥିବ । କର୍ତ୍ତବ୍ୟ ପଥରେ ଆଗେଇ ଚାଲିବା ପାଇଁ ଏହା ପ୍ରେରଣା ଦେଉଥିବ । ଗାନ୍ଧିଙ୍କ ଜୀବନ ଓ ଆଦର୍ଶର ଆଜି ବି ପ୍ରାସଙ୍ଗିକତା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଆଜି ୧୧୭ତମ ଜନ୍ମ ଜୟନ୍ତୀ । ବିଜୟଘାଟରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ । ଶାସ୍ତ୍ରୀଙ୍କ ଜୀବନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।

Get real time updates directly on you device, subscribe now.