ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଟିପ୍ପଣୀ ମାମଲା: ଆପ୍ ନେତା ସଞ୍ଜୟ ସିଂହଙ୍କୁ SCଙ୍କ ଠାରୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଟିପ୍ପଣୀ କରୁଥିବା ମାମଲାରେ ଆମ ଆଦମୀ ପାର୍ଟୀର ନେତା ସଞ୍ଜୟ ସିଂହଙ୍କୁ ଆଶ୍ୱସ୍ତି ମିଳିବ ନାହିଁ । ସୁପ୍ରିମକୋର୍ଟ ଗୁଜରାଟର ନିମ୍ନ ଅଦାଲତର ଟ୍ରାୟଲରେ ଦଖଲ ଦେବାକୁ ପ୍ରତ୍ୟାଖାନ କରିଛନ୍ତି । ସଞ୍ଜୟ ସିଂହଙ୍କ ବିରୋଧରେ ଅପରାଧିକ ମାନହାନି ମୋକଦ୍ଦମା ଚାଲୁଛି । ସୁପ୍ରିମକୋର୍ଟ କହିଛନ୍ତି ଯେ, ସେ ହାଇକୋର୍ଟର ସମନ ରଦ୍ଦ ନ କରିବା ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଇଛୁକ ନାହାନ୍ତି । ସୁପ୍ରିମକୋର୍ଟ ସଞ୍ଜୟ ସିଂହଙ୍କୁ ଟ୍ରାୟଲ କୋର୍ଟକୁ ଯିବାକୁ କହିଛନ୍ତି । ଗୁଜରାଟ ହାଇକୋର୍ଟ ମଧ୍ୟ ନିମ୍ନ ଅଦାଲତର ସମନ ରଦ୍ଦ କରିବାର ପିଟିସନ ଖାରଜ କରିଥିଲେ ।

ଆମ ଆଦମୀ ପାର୍ଟୀ ନେତା ସଞ୍ଜୟ ସିଂହଙ୍କ ପିଟିସନ ଉପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆଜି ଶୁଣାଣି କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ଟିପ୍ପଣୀ ମାମଲାରେ ସଞ୍ଜୟ ସିଂହ ଗୁଜରାଟ ହାଇକୋର୍ଟ ଦ୍ୱାରା ନିମ୍ନ ଅଦାଲତର ସମନକୁ ରଦ୍ଦ କରିବାର ଦାବିକୁ ପ୍ରତ୍ୟାଖାନ କରିବାକୁ ଥିବା ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ।

ଫେବୃଆରୀ ୧୬ ରେ ସଞ୍ଜୟ ସିଂହ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାନହାନି ମକଦ୍ଦମାକୁ ରଦ୍ଦ କରିବାକୁ ହାଇକୋର୍ଟ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଗୁଜରାଟର ଏକ ମେଟ୍ରୋପଲିଟାନ ଅଦାଲତ କେଜ୍ରିୱାଲ ଏବଂ ସଞ୍ଜୟ ସିଂହଙ୍କୁ ପିଏମ ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ଅପମାନଜନକ ବିବୃତ୍ତି ପାଇଁ ଡକାଇଥିଲେ। ଗୁଜୁରାଟ ବିଶ୍ୱବିଦ୍ୟାଳୟ ଏ ସମ୍ବନ୍ଧରେ ଅପରାଧିକ ମାନହାନି ମକଦ୍ଦମା ଦାୟର କରିଛି।

Get real time updates directly on you device, subscribe now.