fbpx

ଆଉ କିଛି ସମୟ ପରେ ଶପଥ ନେବେ ମୋଦୀ, ରାଷ୍ଟ୍ରପତି ଭବନରେ ପହଞ୍ଚିଲେ କିନ୍ନର ଓ ଟ୍ରାନ୍ସଜେଣ୍ଡର

Advertisement

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ତୃତୀୟ ଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବାକୁ ଯାଉଛନ୍ତି । ମୋଦୀଙ୍କ ଶପଥ ଗ୍ରହଣକୁ ନେଇ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଜୋରଦାର ପ୍ରସ୍ତୁତି କରାଯାଇଛି । ମୋଦୀ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ରେକର୍ଡ ସହ ସମାନ ହୋଇଯିବେ । ତେବେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଭାଗ ନେବା ଲାଗି ଆମନ୍ତ୍ରିତ ହୋଇଥିବା ବହୁ ବିଦେଶୀ ଅତିଥି ରାଷ୍ଟ୍ରପତି ଭବନରେ ପହଞ୍ଚିବାରେ ଲାଗିଛନ୍ତି ।

ତେବେ ସବୁଠାରୁ ନୂଆ କଥା ହେଉଛି ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ କିନ୍ନର ଓ ଟ୍ରାନ୍ସଜେଣ୍ଡରମାନଙ୍କୁ ଆମନ୍ତ୍ରଣ କରାଯାଇଛି । ରାଷ୍ଟ୍ରପତି ଭବନରେ ମୋଦୀଙ୍କ ଶପଥ ଗ୍ରହଣ ସମାରୋହକୁ କିନ୍ନର ଓ ଟ୍ରାନ୍ସଜେଣ୍ଡରମାନଙ୍କୁ ଆମନ୍ତ୍ରଣ କରାଯାଇଛି । ଦେଶର ଅଲଗା ଅଲଗା ଭାଗରୁ ୨୦ କିନ୍ନର ଓ ଟ୍ରାନ୍ସଜେଣ୍ଡର ଏହି ଶପଥ ଗ୍ରହଣରେ ସାମିଲ ହେବାକୁ ଆସିଛନ୍ତି । ଉତ୍ତରପ୍ରଦେଶ ସରକାରରେ ସ୍ଥାନ ପାଇଥିବା ମନ୍ତ୍ରୀ ସୋନମ୍ କିନ୍ନରଙ୍କ ନେତୃତ୍ୱରେ ଏହି ସମସ୍ତ କିନ୍ନର ଶପଥ ଗ୍ରହଣ ସମାରୋହରେ ସାମିଲ ହେବାକୁ ଦିଲ୍ଲୀ ପହଞ୍ଚିଛନ୍ତି ।

Get real time updates directly on you device, subscribe now.