CHARIDHAM

ସିଏଏକୁ ନେଇ ମୋଦିଙ୍କ ବୟାନ

ନୂଆଦିଲ୍ଲୀ,୧୨ ।୧: କୋଲକୋତା ଗସ୍ତର ଦ୍ୱିତୀୟ ଦିନରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଲୁର ମଠରେ ଯୁଗବର୍ଗଙ୍କୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ, ଭାରତୀୟ ଯୁବପୀଢୀଙ୍କଠାରୁ ବିଶ୍ୱ ବହୁତ କିଛି ଆଶା ରଖିଛି ।’

ଏହା ସହ ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ ମୋଦୀ କହିଛନ୍ତି ଯେ, ନାଗରିକତା ଆଇନକୁ ନେଇ ଲୋକଙ୍କୁ ଭ୍ରମିତ କରାଯାଉଛି । ସରକାର ରାତାରାତି ନିୟମକୁ ଆଣିନାହାଁନ୍ତି । ନାଗରିକତା ଛଡାଇବାକୁ ନୁହେଁ ଦେବାକୁ ଏହି ଆଇନ୍ । ରାଜନୀତିର ଖେଳ ଖେଳୁଥିବା ଲୋକ ସିଏଏକୁ ବୁଝିପାରୁନାହାଁନ୍ତି ।’ ପାକିସ୍ତାନରେ ଅନ୍ୟଧର୍ମର ଲୋକଙ୍କୁ ନିର୍ୟାତନା ଦିଆଯାଉଛି ବୋଲି ମୋଦୀ କହିଛନ୍ତି ।