fbpx

ISRO ମୁଖ୍ୟାଳୟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚନ୍ଦ୍ରଯାନ-୩ ବୈଜ୍ଞାନିକଙ୍କୁ ଭେଟି ଜଣାଇରେ ଶୁଭେଚ୍ଛା

ନୂଆଦିଲ୍ଲୀ: ବିଦେଶ ଗସ୍ତ ସାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ବାଙ୍ଗଲୋରରେ ପହଞ୍ଚିଛନ୍ତି । ଶନିବାର ସକାଳୁ ସକାଳୁ ବିମାନ ବନ୍ଦରରେ ପହଁଚିବା ପରେ ସେ ସିଧାସଳଖ ଯାଇ ଇସ୍ରୋର ମୁଖ୍ୟାଳୟରେ ପହଞ୍ଚି ଚନ୍ଦ୍ରଯାନ-୩ ର ସଫଳତା ପାଇଁ ବୈଜ୍ଞାନିକ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ISRO ମୁଖ୍ୟଙ୍କୁ ଆଲିଙ୍ଗନ କରି ତାଙ୍କ ପିଠି ଥାପୁଡ଼ାଇ ଅଭିନନ୍ଦନ ଜଣାଇଥିଲେ। ଏହା ପରେ ISRO ମୁଖ୍ୟ ଚନ୍ଦ୍ରଯାନ-୩ ପ୍ରକ୍ରିୟା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ। ଏହା ସହିତ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି ଯେ ଚନ୍ଦ୍ରଯାନ-୩ କିପରି ଚନ୍ଦ୍ରରେ ଅବତରଣ କଲା, ଏହା ପରେ ରୋଭର କିପରି ବାହାରକୁ ଆସି କାମ କରିବ।

ଏହା ପୁର୍ବରୁ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଏଚ୍‌ଆଇଏଲ୍ ବିମାନ ବନ୍ଦ ବାହାରେ ଲୋକମାନଙ୍କୁ ଅଭିବାଦନ କରିଥିଲେ । ଏହି ସମୟରେ ସେ ଇସ୍ରୋ ବୈଜ୍ଞାନିକଙ୍କ ଉପଲବ୍ଧି ବିଷୟରେ କହି ଜୟ ଜବାନ, ଜୟ କିଶାନ, ଜୟ ବିଜ୍ଞାନ ଏବଂ ଜୟ ଅନୁସନ୍ଧାନ ନାରା ଦେଇଥିଲେ । ସହା ସହିତ କହିଥିଲେ କି ଆମର ବୈଜ୍ଞାନିକମାନେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ବାଙ୍ଗଲୋରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟ୍ ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଉପସ୍ଥିତ ନଥିଲେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ କର୍ଣ୍ଣାଟକ ନେତାମାନଙ୍କୁ ତାଙ୍କୁ ସ୍ୱାଗତ କରିବା ପାଇଁ ସକାଳୁ ଉଠିବାର ଅସୁବିଧାର ସମ୍ମୁଖୀନ ହେବାକୁ ଅନୁରୋଧ କହିଥିଲେ । ସେ କହିଥିଲେ “ମୁଁ ବେଙ୍ଗାଲୁରୁରେ କେବେ ପହଞ୍ଚିବି ଜାଣି ନ ଥିବାରୁ ମୁଁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଉପମୁଖ୍ୟମନ୍ତ୍ରୀଙ୍କୁ ଏତେ ଶୀଘ୍ର ଅସୁବିଧା ନକରିବାକୁ ଅନୁରୋଧ କଲି ।’

Get real time updates directly on you device, subscribe now.