fbpx

ମୋଦୀଙ୍କ କେଦାରନାଥ ଲୁକ୍: ୬ ଥର ଗସ୍ତ, ୬ଟି ନୂଆ ବେଶ, ୨୮ ବର୍ଷ ପରେ ଦେବଭୂମିରେ ଭାରତୀୟ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଆଜି ଦେବଭୂମି କେଦାରନାଥ ଗସ୍ତ କରିଛନ୍ତି । ଏହି ଅବସରରେ ମୋଦୀଙ୍କ ସ୍ୱତନ୍ତ୍ର ବେଶପୋଷାକୁ ନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେଉଛି । ଏହା ମୋଦୀଙ୍କ ଷଷ୍ଠ ଗସ୍ତ ହୋଇଥିବା ବେଳେ ପ୍ରତ୍ୟେକ ଥରେ ସେ ଭିନ୍ନ ଭିନ୍ନ ଅନ୍ଦାଜରେ ଆସିଥିଲେ । ଆଜି ପ୍ରଧାନମନ୍ତ୍ରୀ କେଦାରନାଥରେ ପୂଜାର୍ଚ୍ଚନା କରିବା ସହ ଭଗବାନ ଶିବଙ୍କ ରୁଦ୍ରାଭିଷେକ କରିଥିଲେ ।

୨୦୨୨ ଅକ୍ଟୋବର ୨୧ ତାରିଖ:

ଦୀପାବଳୀର ତିନି ଦିନ ପୂର୍ବରୁ ମୋଦୀ କେଦାରନାଥଙ୍କୁ ଦର୍ଶନ କରିଛନ୍ତି । ଆଜି ସେ ହିମାଚଳ ପ୍ରଦେଶର ଜଣେ ମହିଳାଙ୍କ ଦ୍ୱାରା ଉପହାର ଦିଆଯାଇଥିବା ଖାସ୍ ଡ୍ରେସ ‘ଚୋଲା ଡୋରା’ ପରିଧାନ କରିଥିଲେ । ଗତବର୍ଷ ମଧ୍ୟ ସେ କେଦାରନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ।

୨୦୨୧ ନଭେମ୍ବର ୫ ତାରିଖ:

ଗତବର୍ଷ ମୋଦୀ କେଦାରନାଥ ଗସ୍ତ ଅବସରରେ ବାବାଙ୍କ ପୂଜାର୍ଚ୍ଚନା କରିଥିଲେ । ସେ ସମୟରେ ପିଏମ ପାହାଡ଼ ଟୋପି ପରିଧାନ କରିବା ସହ କ୍ୟାପ୍ ପିନ୍ଧିଥିଲେ ।

୨୦୧୯ ମେ ୧୮ ତାରିଖ:


୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ଥମିବା ପରେ ମୋଦୀ କେଦାରନାଥ ଗସ୍ତ କରିଥିଲେ । ସେ ସମୟରେ ତାଙ୍କର ବେଶକୁ ନେଇ ଚର୍ଚ୍ଚା ହୋଇଥିଲା । ମୋଦୀ କେଦାରନାଥ ଧାମରେ ୧୮ ଘଣ୍ଟା ଧରି ପୂଜାର୍ଚ୍ଚନା କରିଥିଲେ ।

୨୦୧୮ ନଭେମ୍ବର ୭ ତାରିଖ:

୨୦୧୮ରେ ମୋଦୀ ତୃତୀୟ ଥର ପାଇଁ ବାବାଙ୍କ ଦର୍ଶନ କରିଥିଲେ । ଏହି ସମୟରେ ସେ ସେ କୋର୍ଟ-ପ୍ୟାଣ୍ଟ ପିନ୍ଧିଥିଲେ ।

୨୦୧୭ ଅକ୍ଟୋବର ୨୦ ତାରିଖ:


୨୦୧୭ରେ ମୋଦୀ ବାବାଙ୍କ ଦର୍ଶନ ଅବସରରେ କୁର୍ତ୍ତା-ପାଇଜାମା ପିନ୍ଧିଥିଲେ । ଏଥିସହିତ କଳାଚଷମା ପରିଧାନ କରିଥିଲେ ।

୨୦୧୭ ମେ ୩ ତାରିଖ:


୨୦୧୭ ମେ ୩ରେ ମୋଦୀ ପ୍ରଥମ ଥର ପାଇଁ କେଦାରନାଥ ଗସ୍ତ କରିଥିଲେ । ସେ ସମୟରେ ସେ ଅଧା ଘଣ୍ଟା ପୂଜାର୍ଚ୍ଚନା କରିବା ସହ ୨୦ ଲକ୍ଷ ଟଙ୍କିଆ ଗାଡ଼ିରେ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ।

Get real time updates directly on you device, subscribe now.